ଭର୍ଚୁଆଲ ଓ୍ବାର୍ଲଡରେ ୟୁଜର୍ସଙ୍କ ମୁଡ ଏବଂ ଫେସିଆଲ ଏକ୍ସପ୍ରେସନକୁ ପ୍ରକାଶ କରିବାର ଏହା ସବୁଠାରୁ ପପୁଲାର ଫର୍ମୁଲା । ବର୍ତ୍ତମାନ ଗୁଗୁଲର ଇମୋଜୀ କିଚେନକୁ ବହୁତ ପସନ୍ଦ କରାଯାଉଛି । ଇମୋଜୀ ଏବଂ କିଚେନ ଇମୋଜୀ ମଧ୍ୟରେ କଣ ପାର୍ଥକ୍ୟ ରହିଛି ।
ହ୍ୱାଟ୍ସଆପରେ ଚାଟ କରିବା ସମୟରେ ବେଳେବେଳେ ଆପଣ ଚାହୁଁଥିବା ଇମୋଜୀ ମିଳିନଥାଏ । କାରଣ ହ୍ୱାଟ୍ସଆପରେ ଏହା ଆଗରୁ ଉପଲବ୍ଧ ଥାଏ । ଅନ୍ୟପକ୍ଷରେ ଇମୋଜୀ କିଚେନରେ ଆପଣ ନିଜର ଇମୋଜୀ ପ୍ରସ୍ତୁତ କରିବାର ସୁବିଧା ପାଇପାରିବେ । ଗୁ୍ଗୁଲର ଏହି ନୂଆ ଫିଚର ସହ ୟୁଜର୍ସ ନିଜ ମୁଡ ହିସାବରେ ଦୁଇଟି ଇମୋଜୀକୁ ଯୋଡି ଅନ୍ୟ ଏକ ଇମୋଜୀ ତିଆରି କରିପାରିବେ । ଗୁଗୁଲରେ ଇମୋଜୀ କିଚେନର ବ୍ୟବହାର ଗୁଗୁଲ ସର୍ଚ ସହିତ ଯେକୌଣସି ୟୁଜର କରିପାରିବ । ଇମୋଜୀର ଏହି ସୁବିଧା ଗୁଗୁଲ ସର୍ଚ ଇଞ୍ଜିନରେ ଉପଲବ୍ଧ ରହିଛି । ଇମୋଜୀ କିଚେନରେ କପି ଅପସନ ସହ ନୂଆ ଇମୋଜୀକୁ ଯେକୌଣସି ସ୍ଥାନରେ ପୋଷ୍ଟ କରିପାରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ।
ଅଧିକ ପଢ଼ନ୍ତୁ ଦେଶ ଖବର: