ଅର୍ଗସ ବ୍ୟୁରୋ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ବଜେଟ ଅଭିଭାଷଣରେ ସେ କହିଛନ୍ତି ଯେ, ବଜେଟରେ ସାତ ପ୍ରାଥମିକତା ସପ୍ତର୍ଷି ଅବଧାରଣା ଉପରେ ଆଧାରିତ । ଏଥିରେ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତ୍ତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତ୍ତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ସାମିଲ ରହିଛି । ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆୟକର କ୍ଷେତ୍ରରେ ବଡ ଘୋଷଣା କରାଯାଇଛି ।
ତେବେ ଜାଣନ୍ତୁ ବଜେଟ୍ 2023ରେ କ’ଣ ଶସ୍ତା ହେଲା ? ଓ କ’ଣ ମହଙ୍ଗା ହେଲା ?
କ’ଣ ଶସ୍ତା ?
ଷ୍ଟିଲ, ଟିଭି ଶସ୍ତା ହେବ
ବୈଦୁତିକ ଯାନବାହାନ ଶସ୍ତା ହେବ
ମୋବାଇଲ ଫୋନ, କ୍ୟାମେରା ଲେନ୍ସ
ଖେଳନା, ସାଇକେଲ, ଅଟୋ ମୋବାଇଲ ଶସ୍ତା ହେବ
କ’ଣ ମହଙ୍ଗା ?
ଇଲେକ୍ରିକ କିଚେନ ଚିମନି ମହଙ୍ଗା ହେବ
ସିଗାରେଟ ଦାମ୍ ବଢିବ
ସୁନା, ରୁପା, ପ୍ଲାଟିନମ, ଗହଣା ମହଙ୍ଗା ହେବ
ପୋଷାକ, ହେଡ୍ ଫୋନ୍ ମହଙ୍ଗା