ପ୍ରାୟ ଛଅ ଘଣ୍ଟା ଧରି ବ୍ୟାହତ ପରେ ପୁଣି ଆରମ୍ଭ ହୋଇଛି ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମ୍ । ତେବେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକର ଶେୟାର ପ୍ରାୟ ୫%(୪.୯%) ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟକା ଲାଗିଛି।
ଅର୍ଗସ ବ୍ୟୁରୋ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟ। ସମସ୍ତେ ବ୍ୟସ୍ତଥାନ୍ତି ନିଜ ନିଜ ଫୋନରେ। କିଏ ଫେସବୁକ ଦେଖୁଛିତ କିଏ ଇନଷ୍ଟାଗ୍ରାମ ତ ଆଉ କିଏ ହ୍ୱାଟସଆପ। କିନ୍ତୁ ହଠାତ ସବୁ ବନ୍ଦ ହୋଇଗଲା। କିଛି କାମ କଲା ନାହିଁ। ସମସ୍ତେ ବ୍ୟସ୍ତ ହୋଇପଡିଲେ। କଣ ହୋଇଛି କାହିଁକି କିଛି ବି ସୋସିଆଲ ମିଡିଆ କାମ କରୁନି । ଶେଷରେ ଜଣାପଡ଼ିଲା ଯେ, ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯାଇଛି। ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା।