୫ ଦିନ ବିତିଯାଇଥିଲେ ବି ପୁଲିସ ଅମୃତପାଲର ଟେର ପାଉନି। ପଞ୍ଜାବ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ଅମୃତପାଲ ସିଂହକୁ ଧରିବା ପାଇଁ ଯଥା ସମ୍ଭବ ଉଦ୍ୟମ ଚଲାଇଛନ୍ତି।ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ମାର୍ଚ୍ଚ ୧୯ ତାରିଖରେ କରୁକ୍ଷେତ୍ରର ଶାହବାଦରେ ପହଞ୍ଚିଥିଲା। ସେଠାରେ ସେ ଜଣେ ମହିଳାଙ୍କ ସହିତ ରାତି କାଟିଥିଲା। ହରିୟାଣା ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ଗିରଫ କରିଛି। ହେଲେ ମୂଳ ଆସାମୀ ଫେରାର।
ଅଧିକ ପଢନ୍ତୁ: ଅମୃତପାଲ ସିଂହର ପତ୍ନୀ ସମ୍ପର୍କରେ ହେଲା ନୂଆ ଖୁଲାସା
ଅମୃତପାଲର ଗତିବିଧି ଜଗିବାକୁ କଡ଼ା ନଜର ରଖାଯାଇଛି। ସେ ଦେଶ ଛାଡି ପଳାଇବାର ଭୟ ଥିବାରୁ ପାକିସ୍ତାନ ଓ ନେପାଳ ସୀମାରେ ବିଏସଏଫ୍ ଓ ଏସଏସବିଙ୍କୁ ଆଲର୍ଟ କରି ଦିଆଯାଇଛି। ସେପଟରେ ଅମୃତପାଲଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ଆଜି ତାର ପତ୍ନୀ କିରଣଦୀପ କୌର ଓ ମା’ ବଲୱିନ୍ଦର କୌରଙ୍କୁ ପୁଲିସ ଜେରା କରିଛି।
ଅଧିକ ଭାରତ ଖବର ପଢ଼ନ୍ତୁ