ବର୍ତ୍ତମାନ ଏହା ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୪୧୦କିମି ଦୂରରେ ରହିଥିବା ବେଳେ କଳିଙ୍ଗପତନମର ପୂର୍ବ ଉତ୍ତର ପୂର୍ବକୁ ୪୮୦ କିମି ଦୂରରେ ରହିଛି। ଆସନ୍ତାକାଲି ସନ୍ଧ୍ୟା ସମୟରେ ଏହା ଗୋପାଳପୁର କଳିଙ୍ଗପତନମ ମଧ୍ୟ ଦେଇ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସ ।
ବାତ୍ୟା ସମୟରେ ଗଞ୍ଜାମ ,ଗଜପତି ,ରାୟଗଡାରେ ଏହା ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିବ। ତେଣୁ ଗଞ୍ଜାମ, ଗଜପତି,ରାୟଗଡା,କନ୍ଧମାଳ, ନବରଙ୍ଗପୁର,କୋରାପୁଟ, ମାଲକାନଗିରି ଆଦି ୭ଟି ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣି ଜାରି କରାଯାଇଛି ।
କେଉଁଠି ଅଛି ବାତ୍ୟା, ଓଡ଼ିଶା ପାଇଁ ଏହା ଭୟଙ୍କର ହେବ କି ?

ଅର୍ଗସ୍ ବ୍ୟୁରୋ : ଗତକାଲି ଅବପାତ ଅଧିକ ଘନୀଭୂତ ହୋଇ ଆଜି ସକାଳୁ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ବର୍ତ୍ତମାନ ଏହା ଉତ୍ତର -ପଂଶ୍ଚିମ ତତ୍ ସଂଲଗ୍ନ ପଂଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଅନୁମାନ କରାଯାଉଛି ଏହି ଗଭୀର ଅବପାତଟି ଆଗାମୀ ୬ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ। ଏମିତି ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Download Argus News App
