ସମଲିଙ୍ଗୀ ସମ୍ପର୍କ ହିଁ ଏହି ରୋଗ ବ୍ୟାପିବାର ପ୍ରମୁଖ କାରଣ। ଏ କଥା ଆଗକୁ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏ ନେଇ ସ୍ପଷ୍ଟ ହେବା ପରେ ଆଡଭାଇଜରି ଜାରି କରିଛନ୍ତି। ବିଶ୍ବରେ ରହିଥିବା ସମଲିଙ୍ଗୀମାନଙ୍କୁ ସଚେତନ ରହିବାକୁ WHO ପରାମର୍ଶ ଦେଇଛନ୍ତି।
ଏହି ରୋଗ ବିଶେଷ କରି ପୁରୁଷ ଲୋକଙ୍କ ପାଖରେ ଅଧିକ ଦେଖା ଦେଉଛି। ତଥ୍ୟ ମୁତାବକ ସମ୍ପ୍ରତି ଚିହ୍ନଟ ହୋଇଥିବା ମଙ୍କିପକ୍ସ ଆକ୍ରାନ୍ତଙ୍କ ମଧ୍ୟରେ ୯୯ ପ୍ରତିଶତ ପୁରୁଷ। ସମଲିଙ୍ଗି ସମ୍ପର୍କ ବା ପୁରୁଷ-ପୁରୁଷ ଯୌନ ସମ୍ପର୍କ ରକ୍ଷା କରୁଥିବା ବ୍ୟକ୍ତିମାନେ ଏଥିରେ ଅଧିକ ସଙ୍କ୍ରମିତ ହେଉଛନ୍ତି। ଯଦିଓ WHO ସମଲିଙ୍ଗୀ ସମ୍ପର୍କକୁ ମନା କରି ନାହାନ୍ତି, ତଥାପି ଏକାଧିକ ଯୌନସାଥୀ ନ ରଖିବାକୁ ଆଡଭାଇଜରି ଜାରି କରି ସ୍ପଷ୍ଟ କରିଛନ୍ତି।
ପୁରୁଷ-ପୁରୁଷ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ ହିଁ ଏହି ନୂଆ ରୋଗର ମୂଳ କାରଣ ବୋଲି କୁହାଯାଉଛି। ଯାହା ବିଶ୍ବର ବଡ଼ ସଙ୍କଟ ହୋଇ ଠିଆ ହୋଇଛି।
ଆଫ୍ରିକୀୟ ଦେଶରୁ ସମଗ୍ର ବିଶ୍ବକୁ ମାଡିଥିବା ଏହି ରୋଗ ବର୍ତ୍ତମାନ ପ୍ରାଥମିକ ସ୍ତରରେ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୫ରୁ ୧୬ ହଜାର ମଧ୍ୟରେ ସିମିତ ରହିଛି। ଏଣୁ ଆଗାମୀ ଦିନରେ ଏହା କିଭଳି ବୃଦ୍ଧି ନ ପାଏ ସେଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି।
ଯେଉଁ ସମଲିଙ୍ଗିମାନେ ଆମ ସମାଜରେ ଅଛନ୍ତି ତାଙ୍କୁ ହୀନ ଦୃଷ୍ଟିରେ ଦେଖି ସାମାଜିକ ସନ୍ତୁଳନକୁ ବିକୃତ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଣୁ ସମଲିଙ୍ଗୀ ପୁରୁଷମାନେ ଏବେଠାରୁ ସଚେତନ ହେବା ସହ ସ୍ବଳ୍ପ ସଂଖ୍ୟକ ଯୌନ ସାଥିଙ୍କ ସହ ସତର୍କତାର ସହ ମିଳିତ ହୋଇପାରିବେ ବୋଲି WHO ସ୍ପଷ୍ଟ କରିଛନ୍ତି।