ଇତିହାସ ର ଆବଶ୍ୟକୀୟ ଅଧ୍ୟୟନ ନକରି ଏପରି ଭାବେ ମତାମତ ଦେବା ନିଶ୍ଚିତ ଭାବେ ଅସମ୍ବେଦନଶୀଳ ଓ ଅହଂକାର ଭାବ ବୋଲି ରାଷ୍ଟ୍ରଦୂତ ନାଓର୍ ଗିଲନ୍ ଆଇଏଫ୍ଏଫ୍ଆଇର ଜୁରି ନାଦଭ ଲାପିଡ୍ଙ୍କୁ ସମାଲୋଚନା କରି କହିଛନ୍ତି।କାଶ୍ମୀର ଫାଇଲରେ ଦୃଶ୍ୟମାନ ହୋଇଥିବା ଘଟଣାଗୁଡ଼ିକ ଭାରତ ପାଇଁ ଗୋଟାଏ ଗୋଟାଏ କ୍ଷତ।ଯାହାର ମୂଲ୍ୟ ଏବେ ବି କିଛି ଲୋକ ଦେଇ ଚାଲିଛନ୍ତି।
ଗତକାଲି ଗୋଆରେ ହେଉଥିବା ‘ଇଣ୍ଟର୍ନେସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆ)’ରେ ଜୁରି ହେଡ୍ ନାଦଭ ଲାପିଡ୍ ବିବେକ ଅଗ୍ନିହୋତ୍ରୀଙ୍କ ରେକର୍ଡ ବ୍ରେକର୍ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’କୁ ‘ପ୍ରେପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର ବୋଲି କହିବା ସହ ସେ ଆହୁରି ବି କହିଥିଲେ ଯେ ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!ଏହାର ପାଲଟା ଜବାବ ଦେଇଛନ୍ତି ଅଭିନେତା ଅନୁପମ ଖେର ।କିଛି ଲୋକଙ୍କର ସତ୍ୟକୁ ଦେଖାଇବା ଏବଂ ଦେଖିବାର ଅଭ୍ୟାସ ନାହିଁ। ସେମାନେ ନିଜ ପସନ୍ଦ ଅନୁଯାୟୀ ଏହାକୁ ସଜାଇ ଦେଖିବାର ଅଭ୍ୟାସ କରନ୍ତି।ସେମାନେ କେବେ ବି କାଶ୍ମୀରର ସତ୍ୟକୁ ହଜମ କରିପାରିବେ ନାହିଁ।