ଆସନ୍ତାକାଲି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛି ଇଡି । ପୂର୍ବରୁ ଦୁର୍ନୀତି ମାମଲାରେ କେ କବିତାଙ୍କୁ ସିବିଆଇ ଗତବର୍ଷ ଡିସେମ୍ବରରେ ପଚରାଉଚରା କରିଥିଲା ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଖୁବଶୀଘ୍ର ବଢ଼ିପାରେ ଗିରଫ ସଂଖ୍ୟା । ମାମଲାରେ ଗତ ମାସ 26 ତାରିଖରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଗିରଫ ହୋଇଥିବାବେଳେ ବୁଧବାର କେସିଆରଙ୍କ ଝିଅ କେ କବିତାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗୁରୁବାର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛି ଇଡି ।
ଦିଲ୍ଲୀ ଅବକାରୀ ଦୁର୍ନୀତିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ସଂପୃକ୍ତି ଅଭିଯୋଗ ରହିଛି । ଦୁର୍ନୀତି ମାମଲାରେ ପୂର୍ବରୁ କେ.କବିତାଙ୍କୁ ସିବିଆଇ ଗତବର୍ଷ ଡିସେମ୍ବରରେ ପଚରାଉଚରା କରିଥିଲା । ସାଉଥ ଗ୍ରୁପ୍ ପାଇଁ ଅଗ୍ରୀମ ଶହେ କୋଟି ଟଙ୍କା ମଧ୍ୟରୁ ସେ ଗୋଆ ନିର୍ବାଚନରେ 30 କୋଟି ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ରହିଛି ।
ଏପଟେ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗକୁ ନେଇ ନିଜ ଭାବମୂର୍ତ୍ତି ସଜାଡ଼ିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ତେଲଙ୍ଗାନା ବିଧାନ ପରିଷଦ ସଦସ୍ୟା କେ କବିତା ।