ଆପଣ ଜାଣିଛନ୍ତି କି, ଏହି ବାତ୍ୟାର ନାମକରଣ କିଏ କରିଛି, ଏବଂ କାହିଁକି କରିଛି ?
ବାଂଲାଦେଶ ଏହି ବାତ୍ୟାର ନାମକରଣ କରିଛି . ବିଶ୍ବ ପାଣିପାଗ ସଙ୍ଗଠନ ଅନୁଯାୟୀ ଏହାର ସଦସ୍ୟ ଥିବା ଦେଶ ଗୁଡିକ ବାତ୍ୟାର ନାମକରଣ କରିଥାନ୍ତି. ଯାହାଦ୍ବାରା ଅନ୍ୟ ବାତ୍ୟାସହ ଦ୍ବନ୍ଦ ହେବାର ଆଶଙ୍କା କମ ଥାଏ. ଏହି "ବିପର୍ଯ୍ୟୟ" ବାତ୍ୟାର ନାମକରଣ ବାଂଲାଦେଶ କରିଛି. ଏହି ନାଁ ବଙ୍ଗଳା ଭାଷାରୁ ଆସିଛି.
2004ରେ ଭାରତ ମହାସାଗରରେ ବାତ୍ୟା ଚିହ୍ନଟ ପାଇଁ ନାମକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା. ଏହାପରେ ପର୍ଯ୍ୟାୟ କ୍ରମେ ୮ଟି ଦେଶକୁ ବାତ୍ୟା ନାମକରଣର ଦାୟିତ୍ବ ଦିଆଯାଇଥିଲା. ଏହି ଦେଶ ଗୁଡିକ ହେଉଛି, ବାଂଲାଦେଶ, ଭାରତ, ମାଲଦ୍ବୀପ,ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ.ଏବଂ ଏହି ବାତ୍ୟାର ନାମକରଣ ଗୁଡିକ ସ୍ପଷ୍ଟ ଏବଂ ମନେ ରହୁଥିବା ଭଳି ନାଁ ହେଇଥିବା ଆବଶ୍ୟକ .
ତେବେ ଏହି ବିପର୍ଯ୍ୟୟ ବାତ୍ୟା ପୂର୍ବାହ୍ନ ସାଢେ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ଗୋଆ ଠାରୁ ୯୫୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦର ଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚି ଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ଆସନ୍ତାକାଲି ସକାଳ ସୁଦ୍ଧା ଝଡ଼ରେ ପରିଣତ ହୋଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ-କର୍ଣ୍ଣାଟକ ଏବଂ ଲାକ୍ଷାଦ୍ବୀପ-ମାଲଦ୍ବୀପ ଉପକୂଳରେ ଦେଖାଯିବ। ବାତ୍ୟାର ପ୍ରଭାବରେ ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ପବନ ହେବାର ଆଶଙ୍କା ରହିଛି. ପ୍ରଭାବିତ ଅଞ୍ଚଳକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି.