ଭାରତରେ ତିଆରି ହୋଇଥିବା କଫ୍ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍ନୀ ସମସ୍ୟା ଦେଖାଯାଇଥିଲା ଓ ଏଥିଯୋଗୁ ଗାମ୍ବିଆରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ହୁ’ ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡ଼ିକ ପ୍ରତି ସତର୍କ ରହିବାକୁ କହିଛି। ହୁ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଗାମ୍ବିଆରେ ଠାବ ହୋଇଥିବା ୪ଟି ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରିଛି।
ଏହି ୪ଟି ମେଡିକାଲ ପ୍ରଡକ୍ଟର ଲିଙ୍କ ଭୟଙ୍କର କିଡ୍ନୀ ସମସ୍ୟା ସହ ଛୋଟ ପିଲାଙ୍କ ମୃତ୍ୟୁ ସହ ରହିଥିବା ଦୃଢ଼ ଆଶଙ୍କା ରହିଛି। ଏହି ୪ଟି କଫ ଓ କୋଲ୍ଡ ସିରପକୁ ଭାରତର ମୈଡେନ ଫାର୍ମାସିଟ୍ୟୁକାଲ୍ସ ଲିଃ ପ୍ରସ୍ତୁତ କରିଛି।
ବର୍ତ୍ତମାନ ହୁ’ ଘଟଣାର ଅଧିକ ତଦନ୍ତ କରିବା ସହ ଏହାର ନମୁନା ଲ୍ୟାବରେ ପରୀକ୍ଷା କରାଯାଇଛି । ଯାଞ୍ଚରୁ ଜଣାପଡ଼ିଛି କଫ୍ ସିରପରେ ଗ୍ରହଣଯୋଗ୍ୟ ନଥିବା ଡି-ଇଥାଲିନ୍ ଗ୍ଲାଇକୋଲ୍ ଓ ଇଥାଲିନ୍ ଗ୍ଲାଇକୋଲ ରହିଛି । ଯାହା ଅତ୍ୟନ୍ତ ମାରାତ୍ମକ। ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ କଫ୍ ସିରପ କେବଳ ଗାମ୍ବିଆରେ ଠାବ ହୋଇଛି।
କିନ୍ତୁ ଏହା ବିଶ୍ୱର ଅନ୍ୟ ପ୍ରାନ୍ତକୁ ମଧ୍ୟ କମ୍ପାନୀ ତରଫରୁ ଯୋଗାଣ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଦରକାର। ସେହିପରି ବିବାଦୀୟ କଫ୍ ସିରପକୁ ଠାବ କରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ତୁରନ୍ତ ଏହା ଉପରେ ବ୍ୟାନ ଲଗାନ୍ତୁ। ଏହାଦ୍ୱାରା ଅଧିକ ଅଘଟଣ ଘଟିବ ନାହିଁ ବୋଲି ହୁ’ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।