ଦେଶ ଜି-20 ଭଳି ବିଶ୍ବର ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀର ଆୟୋଜନ ସହ ଏଥିରେ ଅଧ୍ୟକ୍ଷତା କରୁଥିବା ବେଳେ ଏହି ବିଚାର ମାନବ-କୈନ୍ଦ୍ରିକ ପ୍ରଗତିର ଆହ୍ବାନ । ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ବ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ନେଇ ଭାରତ ଭଏସ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଳନୀର ମଧ୍ୟ ଆୟୋଜନ କରିଥିଲା ।
ଏହା ଭାରତର ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା ବୋଲି ମୋଦି ଲେଖିଛନ୍ତି । ଏଥିସହ ନିଜ ଲେଖାରେ ଜଳବାୟୁ ପରିବର୍ତ୍ତନର ସମସ୍ୟା, ମାନବଜାତି ଉପରେ ଏହାର ପ୍ରଭାବ ଏବଂ ପୂରା ବିଶ୍ବର ମିଳିତ ପ୍ରୟାସରେ ସମ୍ଭବ ହେଉଥିବା ପ୍ରତିକାର ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି ପିଏମ ମୋଦି । 2030 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ବା ଏସଡିଜିର ପ୍ରଗତିକୁ ତ୍ବରାନ୍ବିତ କରିବା ଦିଗରେ କିଭଳି ଏଥରର ଜି-20 ସମ୍ମିଳନୀ ବଡ଼ ଭୂମିକା ଲିଭାଇବାକୁ ଯାଇଛି ସେ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିଶ୍ବବାସୀଙ୍କୁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବା ଡିପିଆଇ ମାଧ୍ୟମରେ ସାମିଲ କରି କିଭଳି ସେମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ କରାଯାଇପାରିବ ସେନେଇ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ବିବିଧତାର ଜନନୀ ଏବଂ ଗଣତନ୍ତ୍ରର ଆଦର୍ଶ ଭାରତ ଜି-20 ମାଧ୍ୟମରେ ବିଶ୍ବ ପାଇଁ ଖୋଲି ଦେଇଛି ଅଭିଜ୍ଞତାର ଦ୍ବାର । ଜି-20 ଭାରତରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୋଦି ଲେଖିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...