2017 ପଞ୍ଜାବ ନିର୍ବାଚନରେ ଖାଲିସ୍ତାନୀ ନେତାଙ୍କ ସହ ନିଜ ବାସଭବନରେ ସାକ୍ଷାତ କରୁଥିଲେ କେଜ୍ରିୱାଲ । କୁମାର କୁଆଡ଼େ ଖାଲିସ୍ତାନୀ ନେତାଙ୍କ ସହ କେଜ୍ରିୱାଲଙ୍କ ସାକ୍ଷାତ ନିଜ ଆଖିରେ ଦେଖିଥିଲେ ।
ନିର୍ବାଚନ ସରିଲା, ଆମ ଆଦମୀ ପାର୍ଟି ସରକାର ଗଠନ କଲା । ଏବେ ପଞ୍ଜାବରେ ଆପ୍ ସରକାର ଥିବା ବେଳେ ସକ୍ରିୟ ହୋଇ ଉଠିଛନ୍ତି ଖାଲିସ୍ତାନୀ । ଆଉ ଏମାନଙ୍କ ନେତୃତ୍ବ ନେଉଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ପଞ୍ଜାବକୁ ଅଶାନ୍ତ କରି ରଖିଛି ।
୮୦ ହଜାର ପୋଲିସ ଜଣେ ଅଭିଯୁକ୍ତ, ତଥାପି ଖାଲିସ୍ତାନୀ ଅମ୍ରିତପାଲକୁ ଧରିବାରେ ଅସମର୍ଥ । ଫେରାର ହୋଇଛି ନା ଫେରାର କରାଯାଇଛି ? ଧରିବାକୁ ପ୍ରୟାସ ହେଉଛି, ନା ଅଭିନୟ ଚାଲିଛି ? ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କେମିତି ଫେରାର ହେଲା ଅମ୍ରିତପାଲ ? ଅମ୍ରିତପାଲ ପାଇଁ କାହା ମନରେ ଏତେ ଅନୁକମ୍ପା ? ଅମ୍ରିତପାଲ ପଛରେ କାହାର ଅଦୃଶ୍ୟ ହାତ ?
ଖାଲିସ୍ତାନୀ ନେତା ଅମୃତପାଲ ବିରୋଧରେ ଆଇଏସଆଇ ସହ ସମ୍ପୃକ୍ତିର ଅଭିଯୋଗ ରହିଛି । ସେପଟେ ଏହି ମାମଲାରେ ଶୁଣାଣି ସମୟରେ ପଞ୍ଜାବ ପୁଲିସ କୋର୍ଟଙ୍କୁ କହିଛି, ଅମ୍ରିତପାଲ ସିଂହ ଉପରେ ଏନଏସଏ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି ୧୨୦ରୁ ଅଧିକ ସହଯୋଗୀ । ଏହାର ଉତ୍ତରରେ କୋର୍ଟ କହିଛନ୍ତି, ଆମେ ପୁଲିସ କାହାଣୀ ଉପରେ ବିଶ୍ବାସ କରୁନୁ । ଜଣେ ଅଭିଯୁକ୍ତକୁ ଧରିପାରୁନାହାଁନ୍ତି ୮୦ ହଜାର ପୋଲିସ । ପଞ୍ଜାବର ଗୁଇନ୍ଦା ବିଭାଗ ପୁରା ପୁରି ଫେଲ୍ ମାରିଛି । ଏଥିସହ ପଞ୍ଜାବ ପୁଲିସକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏଣେ ପଞ୍ଜାବବାସୀଙ୍କୁ ଆଶ୍ବାସନା ସ୍ବରୂପ ପଞ୍ଜାବର ଶାନ୍ତିଶୃଙ୍ଖଳା ଆମର ପ୍ରାଥମିକତା ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସେପଟେ ପଞ୍ଜାବ ସରକାର ଏବଂ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ବିଜେପି ।
ପଞ୍ଜାବ ପୋଲିସ କେବଳ ଆଜି ନୁହେଁ ପୂର୍ବରୁ ମଧ୍ୟ ତାର ନାକାମୀ ପ୍ରମାଣିତ କରିସାରିଛି । ୨୦୨୨ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ଘଟଣା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ଅମ୍ରିତପାଲକୁ ପଞ୍ଜାବ ପୋଲିସ ଧରିବାରେ ଅସମର୍ଥ ହେଉଥିବାବେଳେ ପୋଲିସ ବର୍ଦ୍ଦିରୁ ଦାଗ ଲିଭାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଆକ୍ସନ ନେଇଛନ୍ତି ପଞ୍ଜାବ ସରକାର । ସୁପ୍ରିମକୋର୍ଟଙ୍କ ଯାଞ୍ଚ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀଙ୍କ ବିରୋଧରେ ବଡ ଧରଣର ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତତ୍କାଳୀନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳୀନ ଡିଆଇଜି ଇନ୍ଦ୍ରବୀର ସିଂ, ଏସଏସପି ହରମନଦୀପ ହଂସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ ଭାରତ ଖବର...