ଲୋକପ୍ରିୟ ପାନୀୟ ବୋତଲ ବିସ୍ଲେରିକୁ କିଏ ସମ୍ଭାଳିବ ତାହା ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଏହି କମ୍ପାନୀର ମାଲିକ ହେଉଛନ୍ତି ଉଦ୍ୟେଗପତି ରମେଶ ଚୌହାନ୍। ରମେଶ ଏବେ ଏହି ବ୍ୟବସାୟରୁ ମୁକ୍ତ ହେବାକୁ ଚାହୁଁଥିବା ବେଳେ ତାଙ୍କ ଝିଅ ଜୟନ୍ତୀଙ୍କୁ ସମସ୍ତ କାର୍ଯ୍ୟଭାର ଦେବାଲାଗି ଇଚ୍ଛୁକ ଥିବା କହିଥିଲେ।
କିନ୍ତୁ ଜୟନ୍ତୀ ଏ ସବୁ ସମ୍ଭାଳିବାକୁ ନାରାଜ ହେବାରୁ କିଛି ଦିନ ତଳେ ରମେଶ ଟଟା କମ୍ପାନୀ ସହ ଯୋଗାଯୋଗ କରିଥିଲେ। ୭ ହଜାର କୋଟି ଟଙ୍କାରେ ବିସଲେରୀକୁ ଟାଟା କିଣିବ ବୋଲି କଥା ହୋଇଥିଲେ ବି ମୂଳଚାଲ ପରେ କଥା ଛିଣ୍ଡି ନ ଥିଲା। ଏବଂ ଚୁକ୍ତି ବାତିଲ ହେଲା।
କିନ୍ତୁ ଗତକାଲି ଏକତରଫା ଭାବେ ନିଜେ ରମେଶ ଗୋଟିଏ ନିଷ୍ପତ୍ତି ନେଲେ। କହିଲେ ଯେ, ତାଙ୍କ ଝିଅ ଜୟନ୍ତି ହିଁ କମ୍ପାନୀ କଥା ବୁଝିବେ। ଯାହା ଶୁଣି ଜୟନ୍ତି ବିରକ୍ତ ହୋଇ ଗୋଟିଏ ଲେଖା ଲିଙ୍କଡ୍ଇନ୍ରେ ଛାଡିଲେ। ଏବଂ ନିଜ ପିତାଙ୍କ ନିଷ୍ପତ୍ତିକୁ ବିରୋଧ କଲେ। ଅବଶ୍ୟ ପରେ ପରେ ଔପଚାରିକତା ଭିତ୍ତିରେ ଏହାକୁ ଡିଲିଟ୍ ମଧ୍ୟ କରିଦେଲେ।
ଏହି ଲେଖାରୁ ଏହା ଜଣାପଡ଼ୁଛି ଯେ ରମେଶ ଓ ଜୟନ୍ତୀଙ୍କ ଭିତରେ ଏବେବି ବିସ୍ଲେରିକୁ ନେଇ ମତଭେଦ ରହିଛି। ଜୟନ୍ତୀ ଅମଙ୍ଗ ଥିବାରୁ ନିଜ ମୂଲ୍ୟବାନ ସମ୍ପତ୍ତି ବିସ୍ଲେରିକୁ ରମେଶ ଅଣଦେଖା କରିବାକୁ ଚାହୁନାହାନ୍ତି। ଜଣେ ପ୍ରଫେସନାଲ୍ ସିଇଓଙ୍କ ଜରିଆରେ କଂପାନିକୁ ଆଗକୁ ବଢ଼ାଇବା ଉପରେ ସେ ବିଚାର କରୁଛନ୍ତି।