ଏଥିସହିତ ୟୁଜର୍ ମାନଙ୍କୁ କ୍ଷମା ବି ମାଗିଥିଲା କମ୍ପାନୀ । ଆଉଟେଜ୍ ସମସ୍ୟା ଦେଖା ଦେଇଥିବାରୁ ଲୋକମାନେ କୌଣସି ମେସେଜ୍ ରିସିଭ୍ କି ପଠାଇ ପାରିନଥିଲେ । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା କି କଣ ପାଇଁ ଏହା ଦୀର୍ଘ ସମୟ ଧରି କାମ କରୁନଥିଲା। ଏହାର ଉତ୍ତର ମଧ୍ୟ କମ୍ପାନୀ ଦେଇଛି। ସେ କହିଛି, ସର୍ଭର୍ ଡାଉନ୍ ରହିବାର କାରଣ ଡୋମେନ୍ ନେମ୍ ସିଷ୍ଟମ୍(ଡିଏନଏସ୍) ବୋଲି କୁହାଯାଉଛି ।
କାହିଁକି ଏତେ ସମୟ ଧରି କାମ କଲାନି ସୋସିଆଲ ମିଡିଆ, ଉତ୍ତର ରଖିଲା କମ୍ପାନୀ...

ଅର୍ଗସ ବ୍ୟୁରୋ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ବନ୍ଦହୋଇଯାଇଥିଲା ଫେସବୁକ, ଇଷ୍ଟାଗ୍ରାମ ଏବଂ ହ୍ୱାଟସଆପ। ସମସ୍ତେ ଚିନ୍ତି ହୋଇଯାଇଥିଲେ। ଅନେକ ଲୋକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲା। ଏଭଳି ସ୍ଥିତିରେ ପ୍ରାୟ ଛଅ ଘଣ୍ଟା ଧରି ବ୍ୟାହତ ପରେ ପୁଣି ଆରମ୍ଭ ହୋଇଥିଲା ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମ୍ । ତେବେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକର ଶେୟାର ପ୍ରାୟ ୫%(୪.୯%) ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟକା ଲାଗିଛି।
Download Argus News App
