ଆଉ ଗାଡି ଗୁଡିକ ଭିତରେ ଏପଟ ସେପଟ ହେଇ ସେ ବସ୍ ପାଖରେ ପହଞ୍ଚି ଯାଇଥିଲା । ଆଉ ତା ଚିତ୍ରକୁ ଘଡିଏ ଦେଖିଥିଲା । ବସ୍ ଯେତେବେଳେ ଗଡିବା ଆରମ୍ଭ କଲା , ସେ ବି ଦୌଡିଲା । ଯାହାକୁ ସେଠାରେ ଥିବା ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ସମୟ ପାଇଁ କେହି କିଛି ବୁଝି ନଥିଲେ । ଘୋଡା କେଉଁଥି ପାଇଁ ଦୌଡିଲା..ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।
କୋଏମ୍ବାଟୁରର ପଟ୍ଟିଶ୍ୱର ମନ୍ଦିର ନିକଟରେ ଧର୍ପାନମ୍ ମଣ୍ଡପମ୍ ଏବଂ ପଟ୍ଟିଥୁରାଇ ଅଞ୍ଚଳରେ 10 ରୁ ଅଧିକ ଘୋଡା ବାସ କରନ୍ତି । ଏଥିମଧ୍ୟରୁ ଗୋଟିଏ ଘୋଡା ନିଜ ମାକୁ ଖୋଜୁଥିଲା । ଯିଏ କି ପ୍ରାୟ ଏକ ସପ୍ତାହ ପୂର୍ବରୁ ଏକ ଭିନ୍ନ ସ୍ଥାନକୁ ଚାଲିଯାଇଛି । ଯାହାର ପତ୍ତା ମିଳୁନି । ଯେତେବେଳେ ବସ୍ ରେ ଘୋଡା ଚିତ୍ର ଏହି ବ୍ୟକ୍ତିଟି ଦେଖିଥିଲା, ସେ ନିଜ ମା ଭାବି ଦୌଡିବାକୁ ଲାଗିଲା । ଏପରିକି ଏ ଘୋଡା ପାଇଁ ସେହି ସ୍ଥାନରେ କିଛି ସମୟ ପାଇଁ ବ୍ଲକ୍ ହୋଇଯାଇଥିଲା । ଆଉ ଲୋକେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି । ମା ଛୁଆର ଏ ମମତା ଏବେ ସହରରେ ଚହଳ ପକାଇଛି । ମଣିଷ ହେଉ କି ପଶୁ ମା ପାଇଁ ସମସ୍ତଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ନିଆରା ଭଲ ପାଇବା ଥାଏ ।
ଭାରତ ଖବର ଆହୁରି ପଢ଼ନ୍ତୁ ।