ସୁନା ଦର 10 ଗ୍ରାମ୍ ପିଛା 22 କ୍ୟାରେଟ୍- 55,900 ଟଙ୍କା ହୋଇଥିବାବେଳେ 24 କ୍ୟାରେଟ୍- 62,880 ଟଙ୍କାରେ ପହଞ୍ଚିଛି ।
ହେଲେ ସାଧରଣରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ସୁନା ଦର ବଢୁଛି କାହିଁକି । ବା କେତେବେଳେ ସୁନା ଦର ବଢେ । ଏହାର ପ୍ରମୁଖ କାରଣ ଗୁଡିକ କଣ । ତେବେ ଆସନ୍ତୁ ନଜର ପକାଇବା ଆମର ଏହି ସ୍ପେସିଆଲ ରିପୋର୍ଟ ଉପରେ....
ସୁନା ଦର ବଢେ କାହିଁକି ?
ଏହାର ପ୍ରମୁଖ କାରଣ ଗୁଡିକ ହେଲା...
- ମୁଦ୍ରାସ୍ଫୀତି
- ବିଶ୍ୱ ଅର୍ଥନୀତି
- ସରକାରୀ ସୁନା ସଂରକ୍ଷଣ
- ଅଳଙ୍କାର ବଜାର
- ସୁଧ ହାର ଧାରା
- ବ୍ୟାଙ୍କ ସଙ୍କଟ ପ୍ରଭାବ/ସେୟାର ବଜାରରେ ଅସ୍ଥିରତା
- କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ବୃଦ୍ଧି
ମୁଦ୍ରାସ୍ଫୀତି
ମୁଦ୍ରା ତୁଳନାରେ ସୁନା ଅଧିକ ସ୍ଥିରତା ବଜାୟ ରଖିଥାଏ । ଫଳରେ ଯେତେବେଳେ ମୁଦ୍ରାସ୍ଫୀତି ବୃଦ୍ଧି ହୁଏ, ସେତେବେଳେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେ କରନ୍ତି । ସେତେବେଳେ ସୁନାର ଚାହିଦା ବଢେ । ଫଳରେ ଦର ବଢିଥାଏ । ଏବଂ ଯେତେବେଳେ ମୁଦ୍ରାସ୍ଫୀତି ହ୍ରାସ ହୁଏ ସେତେବେଳେ ସୁନା ଦର କମିଥାଏ।
ବିଶ୍ୱ ଅର୍ଥନୀତି
ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଲେ ଲୋକେ ସୁନାରେ ନିବେଶ କରନ୍ତି । ବିଶ୍ୱସ୍ତରରେ କିଛି ବି ଅସ୍ଥିରତା ଦେଖାଦେଲେ ଯେଭଳିକି ଯୁଦ୍ଧ କିମ୍ବା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ଭାରତରେ ସୁନା ଦର ବଢିଥାଏ । କାରଣ ଭାରତ ଏହାର ସୁନାରଚାହିଦା ମେଣ୍ଟାଇବା ପାଇଁ ଆମଦାନୀ ଉପରେ ହିଁ ନିର୍ଭର କରିଥାଏ । ତେଣୁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଭାରତରେ ସୁନାର ମୂଲ୍ୟକୁ ବଢାଇଥାଏ ।
ସରକାରୀ ସୁନା ସଂରକ୍ଷଣ
ଅଧିକାଂଶ ପ୍ରମୁଖ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଉଭୟ ବିଦେଶୀ ମୁଦ୍ରା ସହିତ ସୁନା ଗଚ୍ଛିତ କରି ରଖନ୍ତି । ଆମେରିକାର ଫେଡେରାଲ୍ ରିଜର୍ଭ ଏବଂ ଭାରତର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଦୁଇଟି ମୁଖ୍ୟ ଉଦାହରଣ । ଯେତେବେଳେ ବଡ଼ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଅଧିକ ସୁନା କିଣିବା ଆରମ୍ଭ କରନ୍ତି, ସେତେବେଳେ ସୁନାର ଚାହିଦା ଯୋଗାଣ ଠାରୁ ବୃଦ୍ଧି ପାଏ । ସେଥିପାଇଁ ସୁନାର ମୂଲ୍ୟ ବଢିଯାଏ ।
ଅଳଙ୍କାର ବଜାର
ଅନ୍ୟ ଦେଶ ତୁଳନାରେ ଭାରତୀୟମାନେ ଅଧିକା ସୁନା କିଣିବାକୁ ଭଲ ପାଆନ୍ତି । ଯେକୌଣସି ପର୍ବ ହେଉ ସୁନା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ସେ ବିବାହ ଋତୁ ହେଉ, କି ଦୀପାବଳି, ଅକ୍ଷୟତୃତୀୟା ଆଦି ସମୟରେ ଚାହିଦାକୁ ଦେଖି ସୁନା ଦର ବୃଦ୍ଧି ହୋଇଥାଏ ।
ସୁଧ ହାର ଧାରା
ବ୍ୟାଙ୍କ ଗୁଡିକର ସୁଧ ହାର ସୁନାର ଚାହିଦା ସହିତ ଅଙ୍ଗାଅଙ୍ଗି ଭାବରେ ଜଡିତ । ଯେତେବେଳେ ବ୍ୟାଙ୍କ ଗୁଡିକ ତାଙ୍କର ସୁଧ ହାର ବୃଦ୍ଧି କରିଥାନ୍ତି । ଲୋକମାନେ ଟଙ୍କାର ଅଭା ଅନୁଭବ କରିଥାନ୍ତି ଓ ନଗଦ ଅର୍ଥ ପାଇଁ ସୁନା ବିକ୍ରି କରିଥାନ୍ତି । ସେହିପରି ସୁଧ ହାର ହ୍ରାସ ପାଇଲେ, ସୁନା କିଣିଥାନ୍ତି ତେଣୁ ସୁନାର ଚାହିଦା ବଢିଥାଏ ଓ ତା ସହ ଏହାର ମୂଲ୍ୟ ।
ବ୍ୟାଙ୍କ ସଙ୍କଟ ପ୍ରଭାବ/ସେୟାର ବଜାରରେ ଅସ୍ଥିରତା
ବର୍ତ୍ତମାନ ଆମେରିକା ଓ ୟୁରୋପରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବନ୍ଦ ହେବା ପରେ ନିବେଶକମାନେ ପ୍ରଭାବିତ ହୋଇଛନ୍ତି । ଇକ୍ୱିଟିରେ ନିବେଶ କରିଥିବା ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି । ଅସ୍ଥିରତା ଫଳରେ ନିବେଶକ ମାନେ ସେୟାର ବିକ୍ରି କରି ସେଥିରୁ ମିଳୁଥିବା ପାଣ୍ଠିକୁ ସୁନାରେ ନିବେଶ କରୁଛନ୍ତି। କାରଣ ସୁନାରେ ନିବେଶ ଏକ ସେଫ୍ ହାଭେନ୍ ( safe haven) ହୋଇଥାଏ । ସେଥିପାଇଁ ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେଉଛି ।
କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ବୃଦ୍ଧି ହୋଇଛି । ଯାହାକୁ ଆମେ ଫ୍ୟୁଚରs re ଇନଭେଷ୍ଟମେଣ୍ଟ କହିଥାଉ । ଏହି ବଜାରରେ ଆଗାମୀ ମାସ ଗୁଡିକ ଲାଗି ସୁନା କାରବାର ହୋଇଥାଏ । ଏପ୍ରିଲ୍ ମାସ ଲାଗି ଡେଲିଭରି ଦିଆଯାଇଥିବା ସୁନା ଦର ବଢିଛି । ଫଳରେ ସୁନା ଦର 60 ହଜାର ପାର୍ କରିଛି ।
ତେବେ ଆସନ୍ତୁ ଏକ ନଜର ପକାଇବା ସୁନା ଦର ଇତିହାସ ଉପରେ
କେତେ ଥିଲା ? କେତେ ହେଲା ?
24 କ୍ୟାରେଟ୍
1964- 63.25 ଟଙ୍କା
1970- 184.00 ଟଙ୍କା
1980- 1330.00 ଟଙ୍କା
1990- 3,200.00 ଟଙ୍କା
2000-4,400.00ଟଙ୍କା
2010-18,500 ଟଙ୍କା
2020-48,651 ଟଙ୍କା
2023- 62,820 ଟଙ୍କା