ସୂଚନା ଅନୁସାରେ, ଗୋରଖପୁରର ଏକ ଦମ୍ପତିଙ୍କର ୨୦୧୩ ମସିହାରେ ବିବାହ ହୋଇଥିଲା । ଏହାପରେ ସ୍ୱାମୀଙ୍କ ଦ୍ୱାରା ସ୍ତ୍ରୀ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇଥିଲେ। ବାଧ୍ୟହୋଇ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ଏହାପରେ ଭରଣପୋଷଣ ପାଇଁ ସ୍ଥାନୀୟ ଫ୍ୟାମିଲି କୋର୍ଟରେ ସ୍ତ୍ରୀ ଆବେଦନ କରିଥିଲେ । ସ୍ତ୍ରୀଙ୍କୁ ମାସିକ ୨୦ ହଜାର ଟଙ୍କା ଦେବାପାଇଁ କୋର୍ଟ ଅଦେଶ ଦେଇଥିଲେ । ମାତ୍ର ସ୍ୱାମୀ ଭରଣ ପୋଷଣ ନଦେଇ କୋର୍ଟଙ୍କ ନିଷ୍ପତି ବିରୋଧରେ ପୁଣଥରେ ଫ୍ୟାମିଲି କୋର୍ଟରେ ଅପିଲ କରି ନିରାଶ ହେବା ପରେ ଆହ୍ଲାବାଦ୍ ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ସେଠି ମଧ୍ୟ ରାୟ ପତ୍ନୀଙ୍କ ସପକ୍ଷରେ ଯିବାରୁ ଶେଷରେ ସ୍ୱାମୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ ନୁହଁନ୍ତି ସ୍ତ୍ରୀ
ଅର୍ଗସ ବ୍ୟୁରୋ: ସ୍ୱାମୀମାନେ ସାବଧାନ । ସ୍ତ୍ରୀଙ୍କୁ ନିଜର ସ୍ଥାବର ସମ୍ପତି କିମ୍ବା ଏକ ବସ୍ତୁ ବୋଲି ଭାବୁଥିଲେ ଆପଣ ଆଇନ ଜାଲରେ ଛନ୍ଦି ହୋଇ ପାରନ୍ତି । ମାର୍ଚ୍ଚ ୨ ତାରିଖ ଦିନ ଦେଶର ସର୍ବୋଚ୍ଚ ଅଦାଲତ ଏକ ମାମଲାରେ ଏମିତି ଏକ ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଥିବା ଏକ ଯୌତୁକଜନିତ ଘଟଣାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏପରି ରାୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି।
Download Argus News App
