ଅଧିକ ପଢନ୍ତୁ : କମେଡି ସହ ଆକ୍ଟିଂରେ ନିଜର ଜଲୱା ଦେଖାଇବେ କପିଲ
ଏହି କାହାଣୀର ସୁଟିଂ ଭୁବନେଶ୍ବରରେ ହିଁ ହୋଇଛି । ଏଥିରେ ଡେଲିଭରି ବୟ ମାନସ ସିଂ ମେହେତା ଭାବେ କପିଲ ଅଭିନୟ କରିଛନ୍ତି । ଏକ ଫ୍ୟାକ୍ଟ୍ରିରେ ମ୍ୟାନେଜର ଥିବା ମାନସ ସିଂ ମେହେତା ନିଜ ପରିବାରକୁ ନେଇ ବେଶ ଖୁସି ଥିଲେ । ହେଲେ କରୋନା ଲହର ଯୋଗୁଁ ତାଙ୍କୁ ଚାକିରୀ ଛାଡିବାକୁ ପଡିଥିଲା । ଏହାପରେ ସେ ଡେଲିଭରୀ ବୟ ଭାବେ କାମ କରିବା ଆରମ୍ଭ କରନ୍ତି ।ଏକ ଭଲ ରେଟିଙ୍ଗ ପାଇବା ଆଶାରେ ମାନସ ଦିନକୁ ୧୦ ଟା ପାର୍ସଲ ଡେଲିଭରୀ କରିବାର ଟାର୍ଗେଟ ରଖନ୍ତି । କରୋନା ପରେ ଏକ ମଧ୍ୟବିତ୍ତ ପରିବାର କିପରି ସଂଘର୍ଷ କରି ନିଜର ପରିବାର ଚଳାଏ ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନନ୍ଦିତା ଦାସ । ଫିଲ୍ମକୁ ନେଇ ଦର୍ଶକଙ୍କର କେମିତି ରିଭ୍ୟୁ ଆସୁଛି , ତାହା ଫିଲ୍ମ ଆଜି ରିଲିଜ ପରେ ହିଁ ଜଣା ପଡିବ ।
ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର ନେବେ କପିଲ