ତେବେ ଅନ୍ୟପକ୍ଷେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ ଘୋଷଣା ହେବା ପରଠାରୁ ଖୁସି ପାଳୁଛନ୍ତି ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସବ୍ୟାନ ବିରାଟ କୋହଲିଙ୍କ ପ୍ରଶଂସକ। ବର୍ଷକ ପୂର୍ବେ ଟି-୨୦ ବିଶ୍ବକପ ୨୦୨୧ ପରେ କୋହଲିଙ୍କଠାରୁ ଅଧିନାୟକ ପଦ ଛଡ଼ାଇ ନିଆ ଯାଇଥିଲା। ସେତେବେଳେ କୋହଲି ଏବଂ ଚୟନ କମିାଟି ମଧ୍ୟରେ ଅନେକ ବିବାଦ ଦେଖା ଦେଇଥିଲା। ଗାଙ୍ଗୁଲିଙ୍କ ସହ ବି କୋହଲିଙ୍କର ମତାନ୍ତର ହୋଇଥିଲା। କୋହଲିଙ୍କ ପ୍ରଶଂସକ ଏବେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ଏବେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହୋଇ ନାହାନ୍ତି। କି ଚେତନ ଶର୍ମା ମଧ୍ୟ କମିଟି ଅଧ୍ୟକ୍ଷ ହୋଇ ନାହାନ୍ତି। କିନ୍ତୁ କୋହଲି ଏବେ ବି କିଙ୍ଗ ହୋଇ ରହିଛନ୍ତି।
ଶାସ୍ତ୍ରୀ କହିଛନ୍ତି, ଟି-୨୦ ଫର୍ମାଟରେ ନୂଆ ଅଧିନାୟକ ରଖିବାରେ କୌଣସି ଅସୁବିଧା ନାହିଁ। ଏତେ କ୍ରିକେଟ ଖେଳାଯାଉଛି ଯେ, ଜଣେ ଖେଳାଳି ପାଇଁ ସମସ୍ତ ଫର୍ମାଟରେ ଖେଳିବା ସହଜ ନୁହେଁ। ଯଦି ରୋହିତଙ୍କୁ ଟେଷ୍ଟ ଏବଂ ଦିନିକିଆରେ ବିରାଟଙ୍କୁ ଦାୟିତ୍ବ ମିଳେ ତାହାଲେ ଫ୍ୟାନ ମାନେ ପୁଣି କୋହଲିଙ୍କୁ ତାଙ୍କ ସ୍ଥାନରେ ଦେଖି ଖୁସି ହୋଇଯିବେ। ତେବେ ଟି-୨୦ ଲାଗି ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଅଧିନାୟକ ପଦ ଲାଗି ଉଚିତ ପ୍ରାର୍ଥୀ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।