ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଥରେ ଉଡାଇବେ ଯୁଦ୍ଧ ବିମାନ । କିନ୍ତୁ ଏଥିପାଇଁ ତାଙ୍କୁ ବେଙ୍ଗାଲୁର ସ୍ଥିତ ଇନଷ୍ଟିଚ୍ୟୁଡ ଅଫ୍ ଏୟାରଫୋର୍ସ ମେଡିସିନଠାରୁ ଅନୁମତି ନେବାକୁ ପଡିବ । ଏଠାରେ କମାଣ୍ଡର ପୁଣି କେତେକ ଟେଷ୍ଟ ଦେବାକୁ ପଡିବ । ଏନେଇ ବାୟୁସେନାର ଅଧିକାରୀ ସୂଚନା ଦେଇଛନ୍ତି ।
ଫେବୃୟାରୀ 27ରେ ଏଲଓସି ପାର କରି ପାକିସ୍ତାନର ଏଫ16କୁ ମାରି ଖସାଇ ଦେଇଥିଲେ ୱିଙ୍ଗ କମାଣ୍ଡର । ଏହାର କିଛି ସମୟ ପରେ ତାଙ୍କର ମିଗକୁ ପାକିସ୍ତାନ ଉଡାଇଇଥିଲା, ଯେଉଁଥିପାଇଁ ତାଙ୍କୁ ଇଜେକ୍ଟ କରି ବାହାରକୁ ଆସିବାକୁ ପଡିଥିଲା । ଏହା ଇତିହାସରେ ପ୍ରଥମ ଘଟଣା ଯେ, ଗୋଟିଏ ମିଗ୍, ଏଫ୍-16କୁ ଖସାଇଥିଲା ।
ଅଭିନନ୍ଦନଙ୍କ ଏହି କାର୍ଯ୍ୟ ପାଇଁ ବୀର ଚକ୍ର ସମ୍ମାନ ମିଳିପାରେ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଅଭିନନ୍ଦନର ମେରୁଦଣ୍ଡରେ ଆଘାତ ଲାଗିଥିଲା । ତେବେ କୌଣସି ପାଇଲଟଙ୍କୁ ଉଡାଣ ପାଇଁ ମଞ୍ଜୁରୀ ଦେବାର 12 ସପ୍ତାହ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଇଥାଏ । ତେଣୁ ଅଭିନନ୍ଦନଙ୍କୁ ଅନୁମତି ମିଳିବ କି ନାହିଁ ତାହା ମେ ମାସ ଶେଷ ସୁଦ୍ଧା ଜଣାପଡିବ । ଯଦି ସବୁକିଛି ଠିକ୍ ଠାକ୍ ଥାଏ ତେବେ ଖୁବ ଶୀଘ୍ର ବିମାନ ଉଡାଇ ପାରିବେ ଅଭିନନ୍ଦନ ।

