ନୂଆଦିଲ୍ଲୀ: ଥଣ୍ଡାରେ ବେହାଲ ରାଜଧାନୀ ଦିଲ୍ଲୀ । ଘନ କୁହୁଡିରେ ଆଚ୍ଛାଦିତ ଦିଲ୍ଲୀ ସମେତ ଉତ୍ତର ଭାରତ । ଶନିବାର ଦିନ ଦିଲ୍ଲୀ- ଏନସିଆର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶରୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦ୍ରାସ ଘାଟି ଓ ଜାମ୍ମୁ-କାଶ୍ମୀରର ଶ୍ରୀନଗର ପର୍ଯ୍ୟନ୍ତ ଶୀତର ଲହରୀ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଏନେଇ ଦିଲ୍ଲୀରେ ବିମାନ ଉଡିବାର ଦିଗକୁ ପରିବର୍ତ୍ତନ କରାଯାଇଛି ସେହିପରି 24 ଟ୍ରେନ୍ର ରାସ୍ତା ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଥଣ୍ଡା କାରଣରୁ 57 ଜଣଙ୍କ ମୃତ୍ୟୁ ହୋଇସାରିଛି । 6ଟି ରାଜ୍ୟ ଯଥା ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ, ଶିମଲା ପ୍ରଭୁତି ରେଡ ଆଲର୍ଟରେ ଶାମିଲ ଅଛି । ଦିଲ୍ଲୀରେ 2.0ରେ ପାରଦ ପହଞ୍ଚିଛି । ସେହିପରି ଶିମଲାରେ 4 ଓ ଦ୍ରାସରେ 28.6 ଡିଗ୍ରୀରେ ପାରଦ ରହିଛି ।

