ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମର ଉପରାଷ୍ଟ୍ରପତି ଜଣେ କୃଷକଙ୍କ ପୁଅ ଏବଂ ସେ ସୈନିକ ସ୍କୁଲରେ ପଢୁଥିଲେ । ଏହିପରି ସେ ଯବାନ ଏବଂ କୃଷକମାନଙ୍କ ସହିତ ଘନିଷ୍ଠ ଭାବରେ ଜଡିତ । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମ୍ କହିଛନ୍ତି, ରାଷ୍ଟ୍ରପତି ଏକ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି । ସେହିପରି, ଏହି ଅଧିବେଶନରେ 19 ଟି ବିଧେୟକ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ସେଥିମଧ୍ୟରୁ 3 ଟି ପୁରୁଣା ବିଲ ଥିବା ବେଳେ 16 ଟି ନୂଆ ବିଲ ଉପସ୍ଥାପନ ପାଇଁ ରହିଛି ସରକାରଙ୍କ ଯୋଜନା ।
ଏହି ଅବସରରେ ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ଏହି ଅବସରରେ ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭା ଅଧ୍ୟକ୍ଷ ଜଦିପ ଧନଖରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୁଁ ଏହି ଗୃହ ତଥା ଦେଶ ତରଫରୁ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଉଛି । ସଂଘର୍ଷ ମଧ୍ୟରେ ଜୀବନରେ ଆଗକୁ ବଢି ଆପଣ ଏହି ସ୍ଥିତିରେ ପହଞ୍ଚିଛନ୍ତି, ଏହା ଦେଶର ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ।
Download Argus News App
