ଅଧିକ ପଢନ୍ତୁ : ଗୁଜରାଟର କଚ୍ଛରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି
ସେହିପରି ୱାକଫ୍ ବିଲ୍ ମଧ୍ୟ ଆଗତ ହେବା ସମ୍ଭାବନା ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଉପରେ ବିଚାର କରିବାକୁ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି ଗଠନ କରାଯାଇଥିଲା। ଏହା ବ୍ୟତୀତ ଅନେକ ବିଲ୍ ଅଛି ଯାହା ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହେବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ନଭେମ୍ବର ୨୬ ରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ପୁରୁଣା ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ବୋଲି କୁହାଯାଉଛି। ତେବେ ଏ ସମ୍ପର୍କରେ ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।