ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାର ବେଳେ ରଘୁରାମ ରାଜନ ମୋଦୀ ସରକାରଙ୍କ ଯୋଜନା ଓ ଆର୍ଥିକ ବିକାଶକୁ ନେଇ ପ୍ରବଳ ଆକ୍ରମଣ କରିଥିଲେ । ରଘୁରାମ ରାଜନ ବିନା କୌଣସି ତର୍କରେ ଭାରତର ଆର୍ଥିକ ବିକାଶ ନେଇ ଭବିଷ୍ୟତବାଣୀ କରିଥିଲେ । ଭାରତର ଆର୍ଥିକ ବିକାଶକୁ ନେଇ ରାହୁଲ ଗାନ୍ଧୀଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରଘୁରାମ ରାଜନ ସେତେବେଳେ କହିଥିଲେ ଯେ ରୁଷ- ୟୁକ୍ରେନ ଯୁଦ୍ଧ ଓ ବିଶ୍ୱର ଅନ୍ୟ ପରିସ୍ଥିତି କାରଣରୁ ଭାରତ ସମେତ ସମ୍ପୂର୍ଣ ବିଶ୍ୱ ପାଇଁ ଆଗାମୀ ବର୍ଷ ଖୁବ ଆହ୍ୱାନପୂର୍ଣ ହେବ ।
ଭାରତୀୟ ଅର୍ଥନୀତି ପାଇଁ ଏହା ଖୁବ କଠିନ ସମୟ ହେବାକୁ ଯାଉଛି । ଦରଦାମ ବୃଦ୍ଧି ଘଟୁଛି । ବ୍ୟାଙ୍କର ଋଣ ହାର ଉଚ୍ଚତମ ସ୍ତରରେ ପହଂଚି ସାରିଛି ଓ ରପ୍ତାନୀ ଲଗାତାର କମୁଛି । ଏହାର ପ୍ରତିକୂଳ ପ୍ରଭାବ ଆଗାମୀ ବର୍ଷରେ ଭାରତ ଉପରେ ପଡିବ ବୋଲି ସେ ଭବିଷ୍ୟତବାଣୀ କରିଥିଲେ । ସେତେବେଳେ ସେ ଆହୁରି କହିଥିଲେ ଯେ ଏଭଳି ପରିସ୍ଥିତିରେ ଭାରତ ଯଦି 5 ପ୍ରତିଶତର ବିକାଶ ହାର ହାସଲ କରେ ତେବେ ଖିୁବ ବଡ କଥା ।
ତେବେ ବର୍ତମାନ ଜିଡିପି ସମ୍ପର୍କିତ ତଥ୍ୟ ସାମନାକୁ ଆସିଛି । ଏହି ତଥ୍ୟ ରଘୁରାମ ରାଜନ କରିଥିବା ଭବିଷ୍ୟତବାଣୀର ସମ୍ପୂର୍ଣ ଓଲଟା । ଭାରତର ଜିଡିପିର ବିକାସ ହାର 7.2 ପ୍ରତିଶତ ରହିଥି୍ବା ଏହି ତଥ୍ୟରୁ ଜଣା ପଡିଛି । ଏହି ତଥ୍ୟ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ରଘୁରାମ ରାଜନଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ସେମାନେ କହୁଛନ୍ତି ଯେ ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି ଯେ ରଘୁରାମ ରାଜନ ବାସ୍ତବରେ ଅର୍ଥନୀତିଜ୍ଞ ନୁହନ୍ତି ବରଂ ସେ କଂଗ୍ରେସର ଅର୍ଥନୀତିଜ୍ଞ ।
ଅନ୍ୟ ପକ୍ଷରେ ବିଜେପି ମଧ୍ୟ ଏହି ତଥ୍ୟ ସାମନାକୁ ଆସିବା ପରେ ରାହୁଲ ଗାନ୍ଧୀ ଓ ରଘୁରାମ ରାଜନଙ୍କ ଉପରେ ଆକ୍ରମଣ କରିଛି । ରଘୁରାମ ରାଜନ ଓ ରାହୁଲ ଗାନ୍ଧୀଙ୍କ ଭିଡିଓ ଶେୟାର କରି ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ଯେ ରଘୁରାମ ରାଜନ ଏକ ଅର୍ଥନୀତିଜ୍ଞ କମ ରାଜଦୀପ ସରଦେସାଇ ଅଧିକ ଲାଗୁଥିଲେ । ବାସ୍ତବିକତା ହେଲା ଯେ ଭାରତର ବିକାଶ ହାର 7.2 ପ୍ରତିଶତ ରହିଛି । କଂଗ୍ରେସ ସମର୍ଥକ ମାନେ୍ ହେଉଛନ୍ତି ଅଳିଆ ଚାହୁଁଥିବା ମାଛି ମାନଙ୍କ ପରି । ଯଦି ସେମାନଙ୍କୁ କୌଣସି ସଫା ସ୍ଥାନ ମଧ୍ୟ ଦେଇଦେଲେ ମଧ୍ୟ ସେମାନେ ସେଠାରେ ମଧ୍ୟ ସେମାନେ ଅଳିଆ ଖୋଜିବେ ।
ଅଧିକ ପଢନ୍ତୁ ଭାରତ ଖବର