ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ଆସିଥିଲା। ଏଥିରେ ଉପକୃତ ହୋଇଛନ୍ତି ୨୮୩୧୦ ଛାତ୍ରଛାତ୍ରୀ। ଭୁଲ୍ ପ୍ରଶ୍ନ ସତ୍ତ୍ଵେ ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ଫୁଲ ମାର୍କ ମିଳିଛି।
ଭୁଲ୍ ପ୍ରଶ୍ନ ନେଇ ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ। ଓଡିଆ ପ୍ରଶ୍ନ ପତ୍ର ଏବଂ ଉତ୍ତରରେ କୌଣସି ସାମଞ୍ଜସ୍ୟ ନଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ୨୪ ଘଣ୍ଟା ଭିତରେ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।