ଅଯୋଧ୍ୟାର ଜନ୍ମଭୂମି ଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି କିଛି ପରାମର୍ଶ ଦେଇଥିଲେ ଯାହାକୁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଲୋକ ମାନେ ଖୁସିର ସବ ସ୍ବୀକାର କରି ନେଇଛନ୍ତି ।ଟ୍ରଷ୍ଟର ଲୋକ ମାନେ ଏହି ପ୍ରସ୍ତାବକୁ ସ୍ବୀକାର କାହିଁକି ବା ନ କରି ଥାନ୍ତେ କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ଏପରି ପ୍ରସ୍ତାବ ଥିଲା ଯାହା ହିନ୍ଦୁ ମାନଙ୍କର ବିଭିନ୍ନ ବର୍ଗ ମଧ୍ୟରେ ଏକତାକୁ ସୁଦୃଢ କରିବ।
ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ତଥା ରାମ ମନ୍ଦିର ଆନ୍ଦୋଳନରେ ନିଜର ସମ୍ପୂର୍ଣ ଜୀବନ ଲଗାଇ ଦେଇଥିବା ପ୍ରଫେସର ଚମ୍ପତ ରାୟ ଏଭଳି ଏକ ଘଟଣାକୁ ଅନଲାଇନ ପ୍ଲାଟଫର୍ମ ମୋଦୀ ଷ୍ଟୋରୀରେ ଉଲ୍ଲେଖ କରିଛନ୍ତି । ଚମ୍ପତ ରାୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାର ରାଷ୍ଟ୍ରକୁ ଯୋଡିବାର ବିଚାର ଅଟେ, ରାଷ୍ଟ୍ରକୁ ଏକ ସୂତ୍ରରେ ବାନ୍ଧିବାର ବିଚାର ଅଟେ ।
ଅଧିକ ପଢନ୍ତୁ: ଏହି ଶିଳାରେ ଗଢା ହେବ ରାମ ଲଲାଙ୍କ ପ୍ରତିମା
ସେ ସୂଚନା ଦେଇଛନ୍ତି ଯେ ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପରିସରରେ ଶବରୀ, ଜଟାୟୁ, ନିଷାଦରାଜ, ଅହଲ୍ୟା ଆଦିଙ୍କର ସ୍ଥାନ ରହିବା ଉଚିତ, କାରଣ ଏମାନେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କ ଜୀବନର ଅଭିନ୍ନ ଅଂଗ ଥିଲେ ।ପ୍ରଫେସର ଚମ୍ପତ ରାୟ କହିଛନ୍ତି ଯେ ରାମ ନବମୀ ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ 12ଟାରେ ହୋଇଥିଲା । ସେ ସୂର୍ଯ୍ୟବଂଶୀରେ କୂଳରେ ଜନ୍ମ ଗ୍ରହଣ କରିଥିଲେ । ତା ହେଲେ କଣ ପ୍ରତିବର୍ଷ ଦିନ 12ଟାରେ ସୂର୍ଯ୍ୟ ଦେବତାଙ୍କ କିରଣ ରେ ରାମଲାଲାଙ୍କ ମସ୍ତକକୁ ପ୍ରକାଶିତ କରି ପାରିବ ? ଏହି ଆଇଡିଆ ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କର । ସେ ଏହି ବିଚାରକୁ ସିଏସଆଇଆର ବା ବୈଜ୍ଞାନିକ ତଥା ଔଦ୍ୟଗିକ ଅନୁସନ୍ଧାନ ପରିଷଦକୁ ଦେଇଥିଲେ ଓ ସେମାନେ ଏହାକୁ ସ୍ବୀକାର କରି ନେଇଥିଲେ ।
ଶ୍ରୀ ଚମ୍ପତ ରାୟ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀରାମଙ୍କ ଜୀବନର ସାମାଜିକ ସୌହାର୍ଦତାକୁ ଟ୍ରଷ୍ଟ ସାମନାରେ ପ୍ରଦର୍ଶିତ କରିଥିଲେ । ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଶବରୀ, ଜଟାୟୁ, ନିଷାଦରାଜ ଓ ଅହଲ୍ୟାଙ୍କ ମନ୍ଦିର ଏହି ପରିସରର ହେଉ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏହା ରାଷ୍ଟ୍ରର ଏକାତ୍ମତାକୁ ପ୍ରମାଣିତ କରିବା ଭଳି ବିଚାର ଥିଲା ବୋଲି ଚମ୍ପତ ରାୟ କହିଛନ୍ତି ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ