ଇରାନର କଟ୍ଟରପନ୍ଥୀ ସରକାର ସେଠାରେ ମୁସଲମାନ ମହିଳାମାନଙ୍କ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ଯେଉଁ ମହିଳାମାନେ ସରକାରଙ୍କ ଏପରି ନିୟମକୁ ବିରୋଧ କରି ହିଜାବ ପିନ୍ଧୁ ନାହାନ୍ତି ସେହି ମହିଳାମାନଙ୍କୁ ପୋଲିସ ଗିରଫ କରି ନିର୍ଯାତନା ଦେଉଛି।
ମାମଲାଟି ଗତ ସେପ୍ଟେମ୍ବର ମାସ ୧୩ ତାରିଖ ଦିନର । ୨୨ବର୍ଷୀୟ ଯୁବତୀ ମହସା ଅମିନୀ ନିଜ ପରିବାରକୁ ଭେଟିବାକୁ ତେହେରାନ ଆସିଥିଲେ । କିନ୍ତୁ ଦେହର ସାଧାରଣ ପୋଷାକ ଥିଲା। ହିଜାବ ପିନ୍ଧି ନ ଥିଲେ । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରି ନେଇଥିଲା। ଏହାର ତିନି ଦିନ ପରେ ଅର୍ଥାତ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଇରାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଅମିନିକୁ ଗିରଫ କରିବାର କିଛି ଘଂଟା ପରେ ହିଁ ସେ କୋମାରେ ଚାଲି ଯାଇଥିଲେ । ତା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅନ୍ୟ ପକ୍ଷରେ ତାର ପରିବାର ବର୍ଗର କହିବା ଅନୁସାରେ ମହସାକୁ କୌଣସି ପ୍ରକାର ରୋଗ ନ ଥିଲା । ତାର ସ୍ୱାସ୍ଥ୍ୟ ସମ୍ପୂର୍ଣ ଠିକ ଥିଲା ।
ଇରାନରେ ହିଜାବକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ସେଠାକାର ମହିଳାମାନେ ଏବେ ହିଜାବରୁ ମୁକ୍ତି ଚାହୁଁଛନ୍ତି । ଇରାନ ସରକାରଙ୍କ ହିଜାବର ଆଇନ ବିରୋଧରେ ସେମାନେ ଲଗାତାର ଅଭିଯାନ ଆରମ୍ଭ କରିଛନ୍ତି । ଇରାନର ମୁସଲମାନ ମହିଳାମାନେ ନିଜର ମୁହଁ ଦେଖାଇ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳୁଛି । ।
୧୯୭୯ ମସିହାରେ ଇରାନରେ ଇସଲାମୀ କ୍ରାନ୍ତି ହେବା ପରେ ସେଠାରେ ଇସଲାମୀ କଟ୍ଟରତା ଆସିଲା ଓ ମହିଳା ମାନଙ୍କୁ ଇସଲାମୀ ଆଇନ ଅନୁସାରେ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଇରାନ ଭଳି ଦେଶର ମହିଳାମାନେ ହିଜାବରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଥିବା ବେଳେ ଭାରତର ଲିବରାଲ କିନ୍ତୁ ଆମ ମୁସଲମାନ ମା’ ଭଉଣୀମାନଙ୍କ ହିଜାବ ସପକ୍ଷରେ ଲଢୁଛନ୍ତି । ଯାହା ଦୁଃଖଦାୟକ।
ବିଦେଶ ଖବର ଆହୁରି ପଢନ୍ତୁ ।