ଆଜ୍ଞା ହଁ ୟୁଏଇରେ ଦେଖିବାକୁ ମିଳିଛି ଏମିତି ଘଟଣା । ଯେଉଁଠି ଲୁଚି ଲୁଚି ସ୍ୱାମୀଙ୍କ ଫୋନ ଚେକ୍ କରିବା ସ୍ତ୍ରୀ ପାଇଁ ପଡିଛି ମହଙ୍ଗା । ଏଥିପାଇଁ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେ ମୋ ଫୋନ ଚେକ୍ କଲେ । ଏପରିକି ମୋ ଭାବାମୂର୍ତ୍ତିକୁ ବିକୃତ କରିବା ପାଇଁ କିଛି ପ୍ରାଇଭେସୀ ଜିନିଷ ତାଙ୍କ ଘର ଲୋକଙ୍କୁ ମଧ୍ୟ ଦେଖାଇଲେ । ଯାହା ମତେ ଖୁବ ଅପମାନ କରିଛି । ଏଥିପାଇଁ ସେ କ୍ଷତି ପୂରଣ ଦିଅନ୍ତୁ । ଖାଲି ଏତିକି ନୁହେଁ ଏହି କେସ ଲଢିବାକୁ ମତେ ବାରମ୍ବାର ଆସିବାକୁ ପଡିଥିବାରୁ ମତେ ଦରମା ମଧ୍ୟ ମିଳିନାହିଁ । ସେଥିପାଇଁ କେସ୍ ଲଢୁଥିବା ଓକିଲର ଟଙ୍କା ବି ଦେବେ ସ୍ତ୍ରୀ ।
ପରେ ମହିଳାଙ୍କ ଓକିଲ ତାଙ୍କ ପକ୍ଷ ରଖିଥିଲେ । ଶେଷରେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ମହିଳା ଜଣଙ୍କୁ କ୍ଷତିପୂରଣ ବାବଦକୁ 1 ଲକ୍ଷ ଟଙ୍କା ଦେବାକୁ ଶୁଣାଣି କରିଛନ୍ତି । କିନ୍ତୁ ମାମଲାର ଶୁଣାଣି ପାଇଁ ସେ ହରାଇଥିବା ଦରମା କଥାକୁ କୋର୍ଟ ପ୍ରତ୍ୟାକ୍ଷାନ କରିଛନ୍ତି ।