ଗାଡି ଚଲାଇବା ଆଜିକା ସବୁଠୁ ବଡ ଫ୍ୟାସନ। ସସମ୍ତେ ଗାଡି ଚଲାଇବାକୁ ବେଶି ଭଲ ପାଆନ୍ତି। ତାହା ପୁଣି ବୁଲେଟ ଗାଡି । ଅନ୍ଧାର ରାତି। ଦୁଇ ଜଣ ମହିଳା ବୁଲେଟ ନେଇ ଯାଉଛନ୍ତି। ମହିଳା ଜଣଙ୍କ ହାଇସ୍ପିଡରେ ପଛରେ ଜଣଙ୍କୁ ବସାଇ ବୁଲେଟ ନେଇ ଯାଉଛନ୍ତି। ପୁଣି ନିଜର ପାରମ୍ପରିକ ପୋଷାକ ପରିଧାନ କରିଛନ୍ତି । ମୁଣ୍ଡରେ ଓଢ଼ଣା ଦିଆ ହୋଇଛି। ମହିଳା ଜଣଙ୍କ ଅତି ସୁନ୍ଦର ଭାବେ ଗାଡି ଚଲାଇଯାଉଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କେହି କେହି ତ ଏହି ଭିଡିଓ ଦେଖି କହୁଛନ୍ତି କି ବୁଲେଟ ରାଣୀ ବୋଲି। ସେ ଯାହା ବି ହେଉ ମହିଳାମାନେ ଏବେ ଆଗକୁ ବଢ଼ିଲେଣି। ସବୁଥିରେ ପୁଅମାନଙ୍କ ସହ ସମାନ ମଧ୍ୟ ହେଲେଣି।
ବୁଲେଟ ରାଣୀଙ୍କ ବାଇକ ରାଇଡ୍

ଅର୍ଗସ ବ୍ୟୁରୋ: ବାଇକ ଚଲାଇବା ଆଜି କାଲିକା ପିଲାଙ୍କର ଗୋଟେ ଫ୍ୟାସନ ହୋଇଗଲାଣି। ପୁଅ ତ ପୁଅ ଝିଅ ମାନେ ବି କିଛି କମ୍ ନୁହଁନ୍ତି । ଖାଲି କଣ ଝିଅ ଏବେ ମହିଳା ବି ଗାଡି ଚଲାଇଲେଣି। ତାହା ପୁଣି ପୁଅମାନଙ୍କୁ ପୁରା ଟକ୍କର ଦେବା ଭଳି। ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓକୁ । ଦୁଇ ଜଣ ମହିଳା ବୁଲେଟରେ ଯାଉଥିଲେ। ଜଣେ ଗାଡି ଚଲାଉଛନ୍ତି ତ ଆଉ ଜଣେ ପଛରେ ବସିଯାଉଛନ୍ତି। ଗାଡି ଏମିତି ଚଲାଉଛନ୍ତି ଯେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
Download Argus News App
