ଖବର ମୁତାବକ, ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପାର୍ଟି ଅଫିସରୁ ତାଙ୍କ ବସଭବନକୁ ଯିବା ସମୟରେ ଏହା ଘଟିଛି । ମହିଳାଙ୍କ କହିବାନୁଯାୟୀ, ପ୍ରାୟ ଦୁଇ ମାସ ପୂର୍ବରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିଲା । ଆଉ ତାଙ୍କ ଝିଅକୁ ଅପହରଣ କରିଥିବା ଉନ୍ନାଓ ସମାଜବାଦୀ ପାର୍ଟିର ନେତା ରାଜୋଲ ସିଂଙ୍କୁ ଦଳ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଏଥିରେ ନ୍ୟାୟ ମିଳୁନଥିବାରୁ ସେ ଅଖିଳେଶ ଯାଦବଙ୍କ କାର ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ସବୁ ଦେଖି ନଦେଖିବା ଭଳି ବ୍ୟବହାର କରୁଥିଲେ । ଦୁର୍ଘଟଣା ଘଟିବା ମାତ୍ରେ ସପା ମୁଖ୍ୟଙ୍କ କାର ଦ୍ରୁତ ଗତିରେ ଚାଲିଯାଇଥିଲା ।
ଉତ୍ତରପ୍ରଦେଶର ଉନ୍ନାଓରେ ରହୁଥିବା ଏହି ମହିଳା ଜଣଙ୍କ କହିଛନ୍ତି ଯେ, ଉନ୍ନାଓର ସମାଜବାଦୀ ପାର୍ଟୀ ନେତା ରାଜୋଲ ସିଂ ଦୁଇମାସ ପୂର୍ବେ ତାଙ୍କ ଝିଅକୁ ଅପହରଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କିମ୍ବା ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମହିଳା ଜଣକ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ସେ ଅଖିଳେଶ ଯାଦବଙ୍କୁ ମଧ୍ୟ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁଠି ଲୋକଙ୍କ ସେବା..ଲୋକଙ୍କ ହକ୍ ପାଇଁ ଲଢି ଲୋକଙ୍କୁ ନ୍ୟାୟ ଦେବା କଥା କହୁଛନ୍ତି ...ସେଠାରେ ଜଣେ ଝିଅ ଦୁଇ ମାସ ହେଲାଣି ଅପହୃତ ହେଲାଣି । ନ୍ୟାୟ ପାଇଁ ମା ଟିଏ ଆଇନର ଚକ୍କର କାଟୁଛି । ଏକଥା କଣ ସପା ମୁଖ୍ୟଙ୍କୁ ଦେଖାଯାଉନି । ନା ସବୁ ଜାଣି ନଜାଣିଲା ଭଳି ବ୍ୟବହାର କରୁଛନ୍ତି ଅଖିଳେଶ ।