ସିକନ୍ଦରାବାଦ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢିବାକୁ ଚେଷ୍ଟା କରିବା ସମୟରେ ଜଣେ ମହିଳା ଖସି ପଡିଥିଲେ। ଟ୍ରେନ ତଳକୁ ସେ ଖସି ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଦିନେଶ ସିଂହ ନାମକ ଜଣେ କନଷ୍ଟେବଳ ତାଙ୍କୁ ଧରିପକାଇ ଟ୍ରେନ ବାହାରକୁ ଟାଣି ଆଣିଥିଲେ। ମହିଳାଜଣକ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କିଛି ସମୟ ପରେ ସୁସ୍ଥ ହୋଇଥିଲେ।
ତେବେ ରେଲୱେ କନଷ୍ଟେବଳ ଦିନେଶ ସିଂହଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଛନ୍ତି। ସିସି ଟିଭି କ୍ୟାମେରାରେ ପୁରା ଦୃଶ୍ୟ ରେକର୍ଡ ହେବାପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି ।