ଖଣ୍ଡପାଠ ଆବେଦନକାରୀ ଅନସାରଙ୍କ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବା ସହ ରାଜସ୍ଥାନ ହାଇକୋର୍ଟର ଆଦେଶକୁ ରବ୍ଦ କରିଦେିଛନ୍ତି। ଗତ ମେ ୧୯ ତାରିଖରେ ହାଇକୋର୍ଟ କହିଥିଲେ ଯେ ବିବାହ ପ୍ରତିଶୃତି ଦେଇ ଅନସାର ପୀଡିତାଙ୍କ ସହ ସମ୍ପର୍କ ରଖିଥିଲେ। ଏହି ଦମ୍ପର୍କରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି। ତେଣୁ ଅପରାଧର ଗମ୍ଭୀରତା ଦୃଷ୍ଟିରୁ ଅନସାରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରାଗଲା।୪ ବର୍ଷ ଧରି ଲିଭ ଇନରେ ରହିବା ପରେ ସମ୍ପର୍କ ଖରାପ ହେବାରୁ ପୀଡିତା ଅନସାରଙ୍କ ବିରୋଧରେ ଥାନାରେ ବଳାତ୍କାର ମାମଲା ଦାୟର କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ମହିଳା ସ୍ୱୀାକର କରିଛନ୍ତି ଯେ, ଅନସାରଙ୍କ ସହିତ ୪ ବର୍ଷ ଧରି ସମ୍ପର୍କରେ ରହିଥିଲେ। ସମ୍ପର୍କ ଆରମ୍ଭ ହେଲା ବେଳକୁ ତାଙ୍କର ବୟସ ୨୧ ବର୍ଷ ଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଅନସାରଙ୍କୁ ଆଗୁଆ ଜାମିନ ପ୍ରଦାନ କରୁଛନ୍ତି। ତେବେ ଖଣ୍ଡପୀଠ ସ୍ପଷ୍ଟ କରିଚନ୍ତି ଯେ କେବଳ ଗିରଫଦାରୀରୁ ଅନସାରଙ୍କୁ ସୁରକ୍ଷା ଦେବା ଲାଗି ଆଗୁଆ ଜାମିନ ଆଦେଶ ଦିଆଯାଇଛି। କିନ୍ତୁ ତଦନ୍ତରେ ଏହି ଆଦେଶର କୌଣସି ପ୍ରଭାବ ରହିବା ନାହିଁ। ମାଲାର ତଦନ୍ତ ତା ବାଟରେ ଯିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।