ଯେଉଁଥିପାଇଁ ମରିୟମ୍ ଏବେ ୪୪ ପିଲାଙ୍କ ଜନନୀ। ତେବେ ଏହି ୪୪ ସନ୍ତାନଙ୍କ ମଧ୍ୟରୁ ୬ ସନ୍ତାନଙ୍କ ମୃତ୍ୟୁ ଘଟିଛି। ଏବେ ଜୀବତ ୩୮ ସନ୍ତାନ। ଏପଟେ ୨୦୧୬ ମସିହାରେ ମରିୟମ୍ଙ୍କ ସ୍ୱାମୀ ଘରୁ ଟଙ୍କା ନେଇ କେଉଁ ଆଡେ ପଳାଥିଲେ। ସେହିବର୍ଷ ମରିୟମ୍ ସବୁଠୁ ସାନ ସନ୍ତାନ ଜନ୍ମ ଦେଇଥିଲେ। ଏବେ ମରିୟମ୍ ଙ୍କ ବୟସ ୪୩ ହେଲାଣି । ଆଉ ସମସ୍ତ ସନ୍ତାନଙ୍କୁ ଏକାକି ପାଳନ କରୁଛନ୍ତି । ମରିୟମ୍ ଥରେ ମାତ୍ର ଗୋଟିଏ ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ୪ ଥର ଯମଜ, ୫ ଥର ୩ଟି ଲେଖାଏ ସନ୍ତାନ ଏବଂ ୪ଥର ୫ଟି ଲେଖାଏଁ ସନ୍ତାନ ଜନ୍ମ ଦେଇଛନ୍ତି।
ମରିୟମ୍ଙ୍କ ୩୮ ସନ୍ତାନ ମଧ୍ୟରେ ୨୦ ପୁଅ ଓ ୧୮ ଝିଅ ଅଛନ୍ତି। ମରିୟମ୍ ଯେତେବେଳେ ୧୨ ବର୍ଷର ଥିଲେ ତାଙ୍କ ବାପା ମାଆ ବିବାହ ଆଳରେ ତାଙ୍କୁ ବିକ୍ରି କରିଦେଇଥିଲେ। ୧୩ ବର୍ଷ ବୟସରେ ସେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ସେ ଜାଣିପାରିଲେ ଯେ ଅନ୍ୟ ମହିଳାଙ୍କ ତୁନାରେ ତାଙ୍କ ପ୍ରଜନନ କ୍ଷମତା ଅଧିକ। ଏବେ ମରିୟମ୍ ତାଙ୍କର ସମସ୍ତଙ୍କ ପିଲାଙ୍କ ସହ ରହୁଛନ୍ତି। ପିଲାଙ୍କୁ ପାଳିବା ଲାଗି ସେ ଅନେକ କାମଧନ୍ଦା ମଧ୍ୟ କରୁଛନ୍ତି।