ଅର୍ଗସ ବ୍ୟୁରୋ: ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ କ୍ରାଧୀ। ବିଶ୍ୱରେ ମହିଳାଙ୍କ କ୍ରୋଧ ସ୍ତର ପୁରୁଷଙ୍କଠାରୁ ୬ ପ୍ରତିଶତ ଅଧିକ। ଟିକେ ଟିକେ କଥାରେ ମହିଳାମାନେ ଅଧିକ କ୍ରୋଧ କରୁଥିବା ଜଣାପଡିଛି। ସବୁଠାରୁ ଅଧିକ କ୍ରୋଧୀ ଭାରତୀୟ ମହିଳା। ଆତ୍ମନିର୍ଭରତାକୁ ନେଇ ଆତ୍ମବିଶ୍ୱାସ ଆସିଛି। ବାହାରେ ସମାନତା ବିଷୟରେ ଚର୍ଚ୍ଚା ହେଉଥିବାବେଳେ ଘରେ କିନ୍ତୁ ପୁରୁଷକୈନ୍ଦିକ ବ୍ୟବସ୍ଥା ଏବେ ବି ରହିଛି। ଏହି ଅସନ୍ତୁଳନ ମଧ୍ୟରେ ଘାଣ୍ଟି ହେଉଥିବା ମହିଳା ଏବେ ସ୍ୱର ଉଠାଉଛନ୍ତି। ନିଜ କ୍ରୋଧ ଜାହିର କରୁଛନ୍ତି। ଯେଉଁଥି ପାଇଁ ମହିଳାଙ୍କ କ୍ରୋଧ ବଢ଼ି ଚାଲିଛି। କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଏହି ସ୍ତର ଅଧିକ ବଢ଼ିଛି। ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆସିଛି। ଲୋକଙ୍କ ଚାପ, କ୍ରୋଧ ଓ ଚିନ୍ତାର ସ୍ତର ବଢ଼ିଛି। ଗ୍ୟାଲପ୍ ଓ୍ୱାଲ୍ଡ ପୋଲ ୨୦୧୨ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦ ଦେଶର ୧୨ ଲକ୍ଷ ଲୋକଙ୍କ ଉପରେ ସର୍ଭେ କରିଥିଲା।
ଏଥିରୁ ଜଣାପଡିଲା, ୧୦ ବର୍ଷ ତଳେ ମହିଳା- ପୁରୁଷଙ୍କ କ୍ରୋଧ ଓ ଚାପ ସ୍ତର ସମାନ ଥିଲା। କିନ୍ତୁ ଗତ ୧୦ ବର୍ଷରୁ ମହିଳାଙ୍କ ଚାପ ଅଧିକ ବଢ଼ିଛି। ଅଧିକ। ଭାରତ ଓ ପାକିସ୍ତାନର ମହିଳାଙ୍କ ଚାପ ଓ କ୍ରୋଧର ସ୍ତର ବିଶ୍ୱଠାରୁ ଦୁଇଗୁଣ। ଅର୍ଥାତ୍ ୧୨ ପ୍ରତିଷତ। ଭାରତରେ ପୁରୁଷଙ୍କ କ୍ରୋଧ ସ୍ତର ୨୭.୮ ପ୍ରତିଶତ। ମହିଳାଙ୍କଠାରେ ଏହି ସ୍ତର ୪୦.୬ ପ୍ରତିଷତ। ମନୋବୈଜ୍ଞାନିକଙ୍କ କହିବାନୁସାରେ, ବିଶ୍ୱର ତମାମ ଦେଶଣେ ମହିଳା ପୂର୍ବାପେକ୍ଷା ଅଧିକ ଶିକ୍ଷିତ ହୋଇଛନ୍ତି।
ଚାକିରି କରୁଛନ୍ତି। ଆମେରିକା ଲେଖିକା ସୋରାୟା ଶେମଲି କହିଛନ୍ତି, ସ୍ୱାସ୍ଥ୍ୟ ଭଳି ସେବାରେ ମହିଳାଙ୍କ ଭାଗିଦାରୀ ବେଶି। କିନ୍ତୁ କାମ ଅପେକ୍ଷା ବେତନ କମ୍ ମିଳୁଛି ଓ ସେମାନଙ୍କଠାରୁ ଅଧିକ ଆଶ କରାଯାଉଛି। ଏଥିପାଇଁ ସେମାନଙ୍କର କ୍ରୋଧ ବଢ଼ୁଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।