ତେବେ ଏହି ଯୌନହିଂସାରୁ ଜୈନବ ନାମକ ଜଣେ ମହିଳା ନିଜକୁ ବଞ୍ଚାଇବା ପାଇଁ ଦେଶଛାଡି ଯିବାକୁ ବାହାରିଥିଲେ. ସାଙ୍ଗରେ ଥିଲା ନବଜାତ ଶିଶୁ ଏବଂ କିଛି ମହିଳା. ହେଲେ ଆରଏସଏଫ ଜବାନମାନେ ତାଙ୍କୁ ଅଟକାଇ ଦେଇଥିଲେ. ସେମାନେ ଜୈନବକୁ ଏବଂ ସେ ମହିଳାଙ୍କୁ ଏକ ଗୋଦାମକୁ ନେଇ ଯାଇଥିଲେ. ସେଠାରେ ଜଣେ କମାଣ୍ଡର ଥିଲେ . ଯିଏ ଜୈନବଙ୍କୁ ତଳେ ଶୋଇବାକୁ ଆଦେଶ ଦେଇଥିଲେ. ଆଉ ଏହାପରେ ଜଣକ ପରେ ଜଣେ ବଳାତ୍କାର କରି ଚାଲିଥିଲେ. କେବଳ ତାଙ୍କୁ ନୁହେଁ ତାଙ୍କ ଭଉଣୀଙ୍କୁ ମଧ୍ୟ ବଳାତ୍କାର କରିଥିଲେ. କିଛି ସମୟ ପରେ ସେମାନେ ତାଙ୍କୁ ଛାଡି ଦେଇଥିଲେ.
ଜୈନବ ଏବେ ଅନ୍ୟ ଏକ ଦେଶକୁ ଖସି ଚାଲି ଆସିଛନ୍ତି. ତେବେ ଜୈନବଙ୍କ ଭଳି ଆହୁରି ଅନେକ ମହିଳା ନିଜଡ ଦୁଃଖର କାହାଣୀ ଗଣମାଧ୍ୟମରେ କହିଛନ୍ତି. ଆଉ ଏହାମଧ୍ୟ କହିଛନ୍ତି, ଯଦି ସେମାନଙ୍କ ପ୍ରକୃତ ନାଁକୁ ଗୋପନ ନରଖାଯାଏ, ତେବେ ସେମାନେ ତାଙ୍କ ପରିବାରର ସମସ୍ତଙ୍କୁ ମାରିଦେବେ.
ସେଠାକାର ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେଉଥିବା ସଂସ୍ଥା କହିଛନ୍ତି, ପ୍ରତିଦିନ ଏହି ଯୌନହିଂସା ଘଟଣା ବଢିବାରେ ଲାଗିଛି. ସେମାନେ ମହିଳା ଶିଶୁ ବୃଦ୍ଧା ସମସ୍ତଙ୍କୁ ବଳାତ୍କାର କରୁଛନ୍ତି. ଯେଉଁଥିପାଇଁ ଅନେକ ସଂଖ୍ୟାରେ ମହିଳା ନିଜ ଘରଛାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି....