ତାଙ୍କୁ କମ୍ ଟାଇମ୍ ରେ ପ୍ଲାଟଫର୍ମର ଆରପଟୁ ଯିବାର ଅଛି । ଟ୍ରେନ୍ ସାଇରନ୍ କୁ ବି ତାଙ୍କର ଖାତିର୍ ନାହିଁ । ଦେଖୁ ଦେଖୁ ଟ୍ରେନ୍ ମାଡି ଆସୁଛି । ହେଲେ ହଠାତ୍ ଏହାକୁ ଦେଖିନେଇଛନ୍ତି ଜଣେ ଆରପିଏଫ କର୍ମଚାରୀ । ଆଉ ଖୁବ୍ ଜୋର୍ ରେ ଧାଇଁ ଯାଇ ସେହି ମହିଳାଙ୍କୁ ରେଳ ଧାରଣାରୁ ଟାଣି ଆଣୁଛନ୍ତି । ହେଲେ ସେ ମହିଳାଙ୍କର ହାବ ଭାବକୁ ଦେଖିଲେ ଲାଗୁନି ତାଙ୍କୁ ଏ ସବୁରେ କିଛି ଫରକ୍ ପଡୁଛି । ସେ ବେଫିକରରେ ଚାଲି ଚାଲି ଆସୁଛନ୍ତି । ଆରପିଏଫ କର୍ମଚାରୀ ତାଙ୍କୁ ଗାଳି କରୁଛନ୍ତି । ହେଲେ ସେ ଶୁଣୁ ନାହାନ୍ତି । ବରଂ ପୁଣି ଥରେ ଟ୍ରେନ ଆଡକୁ ଯାଉଛନ୍ତି । ଆଉ ତାହା ପୁଣି ତାଙ୍କ ପାଣି ବୋଟଲ ପାଇଁ । ଏବେ କୁହନ୍ତୁ ଏ ଲୋକକୁ ବେପରୁଆ କହି ଆମେ କଣ ଭୂଲ୍ କଲୁ । ଏଭିଡିଓଟି କେଉଁଠିକାର ଆମକୁ ଜଣାନାହିଁ । ହେଲେ ଏହା ରାଜ୍ୟ ବାହାରର ବୋଲି ଅନୁମାନ । ଲୋକେ ଏହି ଭିଡିଓରେ ଉକ୍ତ ମହିଳାଙ୍କୁ ବହୁତ ଗାଳି କରୁଥିବା ଦେଖିବାକୁ ମିଳିଛି ।
ତେବେ ଏମିତି ଭିଡିଓ କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଟରେଳ ଷ୍ଟେସନର ଏଭଳି ଅନକେ ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତେନ ମଧ୍ୟ କରାଯାଉଛି । ହେଲେ ଲୋକେ ସଚେତନ ହେବାକୁ ନାରାଜ୍ । କାରଣ ଆମ ଲୋକଙ୍କ ପାଖରେ ସମୟ ନାହିଁ । ସେମାନେ କିଛି ସମୟ ଅପେକ୍ଷା କରିବେନି ବରଂ ବହୁମୂଲ୍ୟ ଜୀବନ ହରେଇ ବସିବେ ।
ଯଦି ଏଠି ଏହି ଆରପିଏଫ କର୍ମଚାରୀ ଠିକ୍ ସମୟରେ ନ ପହଞ୍ଚି ଥାନ୍ତେ ତେବେ ବହୁ ମୂଲ୍ୟ ଜୀବନ ଚାଲିଯାଇଥାନ୍ତା । ସତର୍କ ରୁହନ୍ତୁ..ସୁରକ୍ଷିତ ରୁହନ୍ତୁ...
ଭାରତ ଖବର ଆହୁରି ପଢ଼ନ୍ତୁ ।