ଅଧିକ ଦେଖନ୍ତୁ : ଆଖିରେ ଆଖିଏ ଆଶା, ମନରେ ଜୋଶ୍
ତିନିଟି ଯାକ ସେନାବାହିନୀ ଏବେ ନୂଆ ଟେକ୍ନୋଲୋଜିକୁ ବେଶ ଗୁରୁତ୍ବ ଦେଉଛନ୍ତି । ନୂଆ ଜାହାଜ, ସବମେରିନ୍ ଓ ଯୁଦ୍ଧ ଜାହାଜ ବି ମଡର୍ଣ୍ଣାଇଜ୍ ହୋଇସାରିଛି । ସେଥିପାଇଁ ଏମାନଙ୍କୁ ସେ ସମ୍ପର୍କରେ ବି ବେସିକ୍ ଟ୍ରେନିଂ ଦିଆଯାଉଛି । ନୌସୈନିକ ହେଲେ ବି ସମୁଦ୍ରରେ ପହଁରିବା ଶିଖିବା ତ ଗୁରୁତ୍ବପୂର୍ଣ୍ଣ ପାହାଡ଼ରେ ଚଢ଼ିବା ପାଇଁ ବେଶ ଦରକାରୀ । ସେଥିପାଇଁ ଦଉଡ଼ି ଧରି ସେମାନେ ଚଳାଇଛନ୍ତି ଏଭଳି ଟ୍ରେନିଂ । ଚାରିମାସର ଏହି ଟ୍ରେନିଂ ପିରିଅଡରେ ରିକ୍ରୁଟ୍ ସବୁ ପ୍ରକାରର ଆବଶ୍ୟକ ଟ୍ରେନିଂ ନେଇଛନ୍ତି । କିନ୍ତୁ ସେମାନଙ୍କର ଅସଲି ଅଭ୍ୟାସ ଦୁଇ ସପ୍ତାହ ପାଇଁ ଜାହାଜରେ ହେବ । ଏହାପରେ ସେମାନଙ୍କର ଦକ୍ଷତା ଓ ଇଚ୍ଛା ମୁତାବକ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ଟ୍ରେନିଂ ପାଇଁ ପଠାଯିବ । ଆଉ ଏହା ପରେ ଭାରତୀୟ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ଅଗ୍ନିବୀର ସମୁଦ୍ରରେ ଶତ୍ରୁର ମୁକାବିଲା ପାଇଁ ଓହ୍ଲାଇବେ ।
ଓଡିଶା ଖବର ଆହୁରି ପଢନ୍ତୁ