ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ମୁମ୍ବାଇ ପ୍ରାଞ୍ଚାଇଜର ମାଲିକାନା ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୧୨.୯୯ କୋଟି ଟଙ୍କାରେ ହାସଲ କରିଥିଲା।
ଅଧିକ ପଢନ୍ତୁ : ମହିଳା ପ୍ରିମିୟର ଲିଗର ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ୪୦୯ କ୍ରିକେଟର
ମହିଳା ପ୍ରିମିୟର ଲିଗ ବା ଡବ୍ଲୁପିଏଲ ର ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ଏହି ୫ଟି ଦଳ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ। ବିସିସିଆଇ ଏହି ୫ଟି ଟିମର ମାଲିକାନାକୁ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏବେ ଏହି ୫ଟି ଦଳ ବିଭିନ୍ନ ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି। ପ୍ରଥମ ସେଟରେ ୭ ଜଣ ଖେଳାଳିଙ୍କୁ ନିଲାମ କରାଯାଇଛି । ଏହି ନିଲାମରେ ଥିବା ୪୦୯ ଜଣ ଖେଳାଳିଙ୍କ ତାଲିକାରୁ ୯୦ଟି ସ୍ଥାନ ନିଲାମ ହେଉଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମରେ ଭାରତର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ।
କ୍ରୀଡା ଖବର ଆହୁରି ପଢନ୍ତୁ