ଏହାପରେ ଥାଳିରେ ରାକ୍ଷୀ, ଚନ୍ଦନ, ଦୀପ, ମିଠା ସଜେଇ ସୈନିକ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ସୈନିକ ଭାଇମାନଙ୍କ ଶୁଭ ମନାସି ସେମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ । ଯେଉଁ ରାକ୍ଷୀରେ ଥିଲା ଅନାବିଳ ସ୍ନେହ,ଆଉ ମେଞ୍ଚାଏ ଭଲପାଇବା । ଆମେ ସୁରକ୍ଷିତ ଆମ ଯବାନ ଭାଇମାନଙ୍କ ପାଇଁ । ଆମର ପ୍ରତିଟି ପର୍ବ,ପର୍ବାଣୀ ସୁରୁଖୁରୁରେ ପାଳନ ହୁଏ ଏହି ଯବାନ ଭାଇ ମାନଙ୍କ ପାଇଁ । ତେଣୁ ସେମାନେ ଆମକୁ ସଵୁଵେଳେ ସୁରକ୍ଷିତ ରଖୁଥିବାବେଳେ ସେମାନଙ୍କୁ ଏହି ରାକ୍ଷୀର ଡୋର ସୁରକ୍ଷିତ ରଖିବ ବୋଲି ଏହି ମହିଳାମାନେ କହିଛନ୍ତି ।
ଖାଲି ଯବାନ ଭାଇ ନୁହେଁ ଯବାନ ଭଉଣୀମାନଙ୍କୁ ବି ପିନ୍ଧାଇଛନ୍ତି ରାକ୍ଷୀ । ସେମାନେ ବି ଭାଇ ଭଳି ସଵୁଵେଳେ ଆମକୁ ସୁରକ୍ଷା ଦେବାକୁ ବର୍ଡରରେ ଶତ୍ରୁଙ୍କ ସହ ଲଢିଥାନ୍ତି । ତେଣୁ ସେମାନଙ୍କୁ ମଧ୍ୟ ଚନ୍ଦନ, ସିନ୍ଦୁର ଦେଇ ରାକ୍ଷୀ ପିନ୍ଧାଇଛନ୍ତି ଏହି ମହିଳାମାନେ । ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଝିଅମାନେ ସଙ୍ଗୀତର ତାଳେ ତାଳେ ଖୁବ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିଲେ । ଯାହା ସେଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା ଏଥିସହ ଏପରି ଆୟୋଜନ ଯୋଗୁଁ ଯବାନ ଭାଇମାନେ ଏହାକୁ ନେଇ ବେଶ ଖୁସି ହୋଇଥିଲେ ।
Punjab | Women tie Rakhi to BSF soldiers at the Attari-Wagah border on the occasion of #Rakshbandhan pic.twitter.com/4St5IY2BFT — ANI (@ANI) August 11, 2022