ଯଦି ଗୀତ ଗାଇବାକୁ ଇଚ୍ଛା ଥିବ, ସଂଘର୍ଷ କରିବାକୁ ଜୁନୁନ୍ ଥିବ, ଆଉ ଜୀବନର ଛୋଟ ବଡ ଦୁଃଖକୁ ସାମନା କରିବାକୁ ସାହସ ଥିବ ତେବେ ସେ ସ୍ୱର ଏମିତି ହିଁ ଶୁଭିବ । ଯେତେ ଥର ଶୁଣିବେ ସେତେ ଥର ଦେହରେ ଶିହରଣ ଖେଳାଇବ । ଆଉ ବାରମ୍ବାର ଗୀତ ଶୁଣାଇବାକୁ ବାଧ୍ୟ କରିବ ।
ସୋସିଆଲ ମିଡିଆରେ ଏହି ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଆଉ ଯୁବ ପୀଢିଙ୍କୁ ଏହା ପ୍ରେରଣା ଦେଉଛି । ଅଭ୍ୟାସ, ଆଉ ବାରମ୍ବାର ଚେଷ୍ଟା ହିଁ ମଣିଷକୁ ପାରଙ୍ଗମ କରାଏ ।
କୁହନ୍ତି ନା ଯଦି ଜ୍ଞାନ ଅଛି ତେବେ କେତେବେଳେ ନା କେତେବେଳେ ଏହା ଦୁନିଆ ସାମନାକୁ ଆସିଥାଏ । ହୁଏ ତ ଏହି ମହିଳାଙ୍କୁ ସେମିତି ବଡ ସୁଯୋଗ ମିଳିନଥିବ । ଯାହା ଦ୍ୱାରା ଲୋକେ ତାଙ୍କୁ ଜାଣିପାରିବେ । ହେଲେ ତାଙ୍କ କଳା ମରିନି । ବୟସର ଅପରାହ୍ନରେ ବି ସେ ରିଆଜ କରି ତାଙ୍କ କଳାକୁ ବଜେଇ ରଖିଛନ୍ତି । ବା ଆମେ କହିପାରିବା ଆହୁରି ମଜବୁତ କରିଛନ୍ତି ।
ये उम्र ये आवाज़ और गाने का जज्बा सब गजब है ..... pic.twitter.com/J6RFhhGKJq — ज़िन्दगी गुलज़ार है ! (@Gulzar_sahab) October 15, 2022
ଭାରତ ଖବର ଆହୁରି ପଢ଼ନ୍ତୁ ।