ମୋଦିଙ୍କ ଶାସନରେ ମହିଳାଙ୍କ ଅଧିକାର ଆହୁରି ବିସ୍ତୃତ ହୋଇଛି । ମହିଳାଙ୍କୁ ମାଗଣା ବିଜୁଳି ହେଉ, ଅବା ମହିଳାଙ୍କୁ ମାଗଣା ରାସନ, ମ୍ୟାଟରନିଟି ଲିଭର ପିରିୟଡ଼ ବୃଦ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ବଳିଷ୍ଠ ଅବଦାନରେ ବୃଦ୍ଧି ସମ୍ଭବ ହୋଇଛି । ଯାହା ମୋଦି ସରକାରରେ ମହିଳାଙ୍କ ଅଧିକାରକୁ ଗୁରୁତ୍ବର ସବୁଠୁ ବଳିଷ୍ଠ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ଛଡ଼ା ସଂସଦର ଉଭୟ ସଦନରେ ମହିଳା ସଂରକ୍ଷଣ ବିଲ୍ ନାରୀ ଶକ୍ତି ବନ୍ଦନ ବିଧେୟକ ସର୍ବସମ୍ମତିରେ ପାସ୍ ହେବା ଦେଶର ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆହୁରି ପଢନ୍ତୁ ଭାରତ ଖବର...