ଅତ୍ୟଧିକ ମୋଟାପଣ ମଧ୍ୟ ଆର୍ଥ୍ରାଇଟିସ୍ କାରଣ ପାଲଟିଥାଏ। ଶରୀରର ଓଜନ ବଢିଲେ ଏହାର ପ୍ରଭାବ ଆଣ୍ଠୁଗଣ୍ଠିରେ ପଡିଥାଏ। ଯାହାଦ୍ୱାରା ଉଠିଲେ ବସିଲେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଅଧିକ ବୟସର ଲୋକେ ହୁଅନ୍ତୁ କି କମ ବୟସର ସମସ୍ତଙ୍କଠି ଏହି ରୋଗ ଏବେ ଦେଖାଦେଉଛି। ବିଶେଷ ଭାବେ ଏହା ବୟସାର୍ଦ୍ଧିକ ଲୋକଙ୍କ ମଧ୍ୟରେ ମଧିକ ଦେଖାଯାଇଥାଏ।
ଆର୍ଥରାଇଟସ୍ କଣ:
ଆର୍ଥ୍ରାଇଟିସ୍ ହେଉଛି ଯଏଣ୍ଟ ପେନ୍। । ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏଥିରେ ପିଡିତ। ଚାଲିବାରେ କଷ୍ଟ ହେବା, ଯଏଣ୍ଟରେ ଦରଜ ହେବା ମାତ୍ରେ ଆପଣ ବୁଝିଯିବେ ଯେ ଆପଣ ଆର୍ଥ୍ରାଇଟିସ୍ ରୋଗର ଶିକାର। ମୌଳିକ ଭାବେ ଏହି ରୋଗ ବୟସଙ୍କୁ ହୋଇଥାଏ। କିନ୍ତୁ ଆଜିକାଲି ଯେପରି ଲୋକ ମାନେ ଜୀବନଶୈଳିକୁ ଆପଣାଉଛନ୍ତି ଯୁବପୀଢି ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି।
ଆର୍ଥରାଇଟସ୍ ହେବା ଦ୍ୱାରା ଶରୀରରେ କଣ କ୍ଷତି ହୋଇଥାଏ:
ଆର୍ଥରାଇଟସ୍ ହେବା ଦ୍ୱାରା ଶରୀରରୁ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ପାଇବାରେ ଲାଗିଥାଏ। ଯାହାଦ୍ୱାରା ଗଣ୍ଠିରେ ଦରଜର ସମସ୍ୟା ସୃଷ୍ଟି ହୋଇଥାଏ। ଏହି ଯନ୍ତ୍ରଣା ଅଧିକ ରୁ ଅଧିକ ବଢିଥାଏ। ଶୀତ ଦିନେ ଏହି ଯନ୍ତ୍ରଣା ସମ୍ଭାଳିବା କଷ୍ଟକର ହୋଇପଡିଥାଏ। କିଛି ଖାଦ୍ୟ ମଧ୍ୟ ଆର୍ଥ୍ରାଇଟିସ୍ ଯନ୍ତ୍ରଣାକୁ ବଢାଇଦେଇଥାଏ। ଯେମିତି ମାଛ, ମାଂସ, ମିଠା ଜାତୀୟ ଖାଦ୍ୟ, ଦୁଗ୍ଧ ଜାତୀୟ ଖାଦ୍ୟ, ମଦ, ସପ୍ଠ ଡ୍ରିଙ୍କ ପରି ଖାଦ୍ୟରୁ ଦୂରେଇ ରହିବା ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଭଲ ।
ଚଳିତ ବର୍ଷର ବିଷୟବସ୍ତୁ କ’ଣ?
ବିଶ୍ୱ ଆର୍ଥରାଇଟସ୍ ଦିବସ 2023 ର ବିଷୟବସ୍ତୁ ହେଉଛି 'ଏହା ଆପଣଙ୍କ ହାତରେ' ଅର୍ଥାତ୍ ଆର୍ଥ୍ରାଇଟିସ୍ ଠାରୁ ଦୂରେଇ ରହିବା ଆପଣଙ୍କ ହାତରେ । ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ କିଛି ଜିନିଷର ଯତ୍ନ ନେବା ଦ୍ୱାରା ଆର୍ଥ୍ରାଇଟିସ୍ ରୋକାଯାଇପାରିବ।
ଅଧିକ ପଢନ୍ତୁ ଭାରତ ଖବର