ଅଲ ଇଣ୍ଡିଆ ଚେସ୍ ଫେଡେରେଶନ (ଏଆଇସିଏଫ୍)ର ସମ୍ପାଦକ ବିପନେଶ ଭରଦ୍ୱାଜ ପ୍ରତିନିଧି ଦଳର ମୁଖ୍ୟ ଭାବେ ଯୋଗ ଦେଇଥିଲେ। ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ଏଏଫ୍ଏମ୍ ଶୁଭି ଗୁପ୍ତା ସ୍ୱର୍ଣ୍ଣ ପଦକ, ୮ ବର୍ଷରୁ କମ୍ ବାଳିକା ବର୍ଗରେ ଚାରଭି ଏ ସ୍ୱର୍ଣ୍ଣ ପଦକ ଏବଂ ୮ ବର୍ଷରୁ କମ୍ ଓପନ୍ ବର୍ଗରେ ଏଏଫ୍ଏମ୍ ସାଫିନ୍ ସଫରୁଲ୍ଲାଖାନ୍ କାଂସ୍ୟ ପଦକ ହାସଲ କରିଛନ୍ତି। ମୋଟ ପଦକ ତାଲିକାରେ ରୁଷିଆ (ଫିଡେ ଭାବେ ପ୍ରତିନିଧିତ୍ୱ କରୁଥିବା) ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛି। ତେବେ ଦ୍ୱିତୀୟ ସ୍ଥାନରେ ଥିବା ଭାରତକୁ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଫ୍ରାନ୍ସ ତୃତୀୟ ସ୍ଥାନରେ ରହିଛି।
ବିଶ୍ୱ କ୍ୟାଡେଟ୍ ଚେସ୍ ଚାମ୍ପିୟନସିପ୍: ଭାରତକୁ ଦୁଇ ସ୍ୱର୍ଣ୍ଣ, ଗୋଟିଏ ବ୍ରୋଞ୍ଜ

ଅର୍ଗସ ବ୍ୟୁରୋ: ବିଶ୍ୱ କ୍ୟାଡେଟ୍ ଚେସ୍ ଚାମ୍ପିୟନସିପ୍ ୨୦୨୨ରେ ସେପ୍ଟେମ୍ବର ୧୫ରୁ ୨୮ସେପ୍ଟେମ୍ବର ପର୍ୟ୍ୟନ୍ତ ଜର୍ଜିଆର ବାତୁମିଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୮ବର୍ଷରୁ କମ୍ (ବାଳକ ଓ ବାଳିକା), ୧୦ ବର୍ଷରୁ କମ୍ (ବାଳକ ଓ ବାଳିକା), ୧୨ବର୍ଷରୁ କମ୍ (ବାଳକ ଓ ବାଳିକା) ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଭାରତୀୟ ଦଳରେ ୨୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପାଇଁ ଏହା ଗର୍ବର ବିଷୟ ଯେ, ଜଣେ ଓଡ଼ିଆ ଝିଅ ଅପରାଜିତା ଗୋଛିକର ବାଳିକା ଦଳର ପ୍ରଶିକ୍ଷକ ଥିଲେ। ସେହିପରି ତାମିଲନାଡୁର ସୁବ୍ରମଣ୍ୟମ ବାଳକ ଦଳର ପ୍ରଶିକ୍ଷକ ଥିଲେ।
Download Argus News App
