‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଦେଶରେ ଥିବା ଉଚ୍ଚାଭିଳାଷୀ, ଜ୍ଞାନୀ, ଦକ୍ଷ ଏବଂ ରୋଜଗାରକ୍ଷମ ମାନବସମ୍ବଳ ଉପରେ ଆଲୋକପାତ କରିଛନ୍ତି । ଏହାସହ ଭାରତ ଭବିଷ୍ୟତର ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ଓ ରୂରେଖ ପ୍ରସ୍ତୁତ କରିବା ଉପରେ ମଧ୍ୟ ମତବକ୍ତ କରିଥିଲେ ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଯେ ଦକ୍ଷତା ବିକାଶ ଉପରେ ପ୍ରଧାନ୍ୟ ଦେଉଥିବା ଭାରତ ସରକାର ନୂଆ ଶିକ୍ଷା ନୀତି ମାଧ୍ୟମରେ ଢାଂଚାଗତ ପରିବର୍ତନ ଆଣି ଛାତ୍ରଛାତ୍ରୀଙ୍କୁ ନୂଆ ସମ୍ଭାବନା ପାଇଁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଭାରତର ଦକ୍ଷତା ବୃଦ୍ଧିପାଇଁ ସ୍କିଲଡ୍ ଇଣ୍ଡିଆ ମହତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତଥା ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଫଳରେ କାର୍ଲିଫର୍ଣ୍ଣିଆରେ ଥିବଚାଳକବିହୀନ କାର୍ କମ୍ପାନୀରେ ସର୍ଭର, ଯୋଜନା, ଜ୍ଞାନକୌଶଳର ସାହାଯ୍ୟ ପୂର୍ବ ଭାରତର ଭୁବନେଶ୍ୱର ଭଳି ସହରର ମାନବସମ୍ବଳ ସାହାଯ୍ୟ କରୁଅଛି ।
ବାସ୍ତବରେ ସମାଜରେ କିଭଳି ମାନବ ସମ୍ବଳର ଦକ୍ଷତା, ଆକାଂକ୍ଷା, ଜ୍ଞାନକୌଶଳ ଏବଂ ନିଯୁକ୍ତିର ବ୍ୟବହାର କରୁଛେ ତାହା ଉପରେ ମହାମାରୀ ସୁଯୋଗ ପ୍ରଦାନ କରିଛି । ଟେକ୍ନୋଲଜି, ଡିଜିଟାଲାଇଜେସନ ତଥା ଇଂଟରନେଟ୍ ସୁବିଧା ନୂଆ ତଥା ବର୍ତମାନ ମାନବସମ୍ବଳକୁ ନୂଆ ଦକ୍ଷତାକୁ ଉପଯୋଗ କରିବାର ସୁବିଧା ଯୋଗାଇଛି । ସ୍କିଲିଂ, ଅପସ୍କିଲିଂ, ରିସ୍କିଲିଂ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ମହାମାରୀ ପରବର୍ତୀ ସମୟରେ ସରକାର, ଶିଳ୍ପ, ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ କୌଶଳର ନୂଆ ରୂରେଖ ପ୍ରସ୍ତୁତ କରିବା ଦିଗରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।