ରାଜନୀତି ଖବରଠାରୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା ରେଡିଓରେ ପରିବେଶ କରାଯାଉଛି। ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି। ରେଡିଓ ଇତିହାସ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ।
ବିଗତ କିଛି ବର୍ଷ ହେଲା ରେଡିଓର ଚାହିଦା ହ୍ରାସ ପାଇଥିଲେ ବି ପ୍ରତିଯୋଗିତାରେ ରେଡିଓ ପଛରେ ପଡ଼ିନାହିଁ। ଡିଜିଟାଲ ଯୁଗରେ ମୋବାଇଲ ଏବଂ ଟିଭିରେ ମଧ୍ୟ ରେଡିଓ ଉପଲବ୍ଧ ହେଉଥିବା ବେଳେ ଆଜି ବି ଅନେକ ଲୋକ ରେଡିଓ ଖୋଲି ଖବର ଶୁଣୁଥିବା ଦେଖିବାକୁ ମିଳେ।