ମନସ୍ତତ୍ତ୍ୱବିତଙ୍କ କହିବା କଥା, ଯନ୍ତ୍ରଣା ଏବଂ ନିରାଶାର ଭାବନା ତୁରନ୍ତ ଉନ୍ନତି ହୋଇପାରେ ନାହିଁ। ସେଥିପାଇଁ ଜଣେ ବ୍ୟକ୍ତି ଆତମହତ୍ୟା କରିବାକୁ ଚିନ୍ତା କରେ।ପ୍ରତିଦିନ ୩ ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି, ତାହାର ୨୦ ଗୁଣରୁ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଓଡ଼ିଶା ରେ ଆତ୍ମହତ୍ୟାର ସ୍ଥିତି ଏବେ ଜାତୀୟ ହାରଠାରୁ ବି ଅଧିକ ରହୁଛି।
ଦେଶରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ରହିଛି ୧୨.୩ ପ୍ରତିଶତ। ତଥ୍ୟ ଅନୁଯାୟୀ, ଗତବର୍ଷ ଓଡ଼ିଶାରେ ୫୬୫୧ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୪୧୨ଜଣ ପୁରୁଷ ଓ ୧୨୩୯ ଜଣ ମହିଳା। କିନ୍ତୁ ଉଦ୍ବେଗର କାରଣ ହେଉଛି, ୨୦୨୦ ତୁଳନାରେ ୨୦୨୧ ମସିହାରେ ଓଡ଼ିଶାରେ ଆତ୍ମହତ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି।
ଓଡ଼ିଶାରେ ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି, ସେଥିରୁ ୭୧ ପ୍ରତିଶତ ଲୋକ ବିଭିନ୍ନ ପାରିବାରିକ ସମସ୍ୟା ଯୋଗୁଁ ହିଁ ଆତ୍ମହତ୍ୟା କରୁଛନ୍ତି। ଯାହାକି ସାରାଦେଶରେ ସର୍ବାଧିକ।
ଭାରତ ଖବର ଆହୁରି ପଢ଼ନ୍ତୁ ।