ଟିଏମସିରେ ରହି ମୁଁ ପାପ କରିଛି
ଅର୍ଗସ ବ୍ୟୁରୋ: ଗୁଜୁରାଟର ଅହମଦବାଦରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମର ନିର୍ମାଣ ଶେଷ ହୋଇଛି । ଯାହାର ନାମ ହେଉଛି ସରଦାର ପଟେଲ ଷ୍ଟାଡିୟମ । ଏହି ଷ୍ଟାଡିୟମ 63 ଏକରରେ ନିର୍ମାଣ କରାଯାଇଛି । ଷ୍ଟାଡିୟମର ମୂଲ୍ୟ 700 କୋଟି ଟଙ୍କା ଆକଳନ କରାଯାଇଛି । ଏହି ଷ୍ଟାଡିୟମରେ ଏକ ଲକ୍ଷ 10 ହଜାର ଲୋକ ବସିବାର କ୍ଷମତା ରହିଛି ।
ତେବେ କୁହାଯାଉଛି ଯେ ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ଷ୍ଟାଡିୟମରେ ପ୍ରଥମେ ଏସିଆ ଇଲେଭେନ ଓ ଓ୍ୱାର୍ଲ୍ଡ ଇଲେଭେନ ମଧ୍ୟରେ ମ୍ୟାଚ ଖେଳା ଯିବ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଅର୍ଥାତ ବିସିସିଆଇର ସଚିବ ଜୟ ଶାହ କହିଛନ୍ତି ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତାର ବିଜୟ ଆଉ ଏହାର ଉଦଘାଟନରେ ମୋଦିଙ୍କ ଆଗମନକୁ ଅପେକ୍ଷା ରହିଛି ।