ଅନିଲ୍ ପୂର୍ବରୁ ଜଣେ ଅଟୋଚାଳକ ଥିଲେ । ଦିଲ୍ଲୀର ଖାନପୁର ଅଞ୍ଚଳରେ ସେ ଅଟୋ ଚଳାଉଥିଲେ । 1995 ପରେ ସେ କାର୍ ଚୋରି ଆରମ୍ଭ କଲେ । ପ୍ରଥମ ତାଙ୍କ ଟାର୍ଗେଟ୍ ରେ ଥିଲା କେବଳ ମାରୁତି 800 । ଆଉ ତାଙ୍କ ଚୋରି ମାଲ୍ ଜମ୍ମୁ-କାଶ୍ମୀର, ଉତ୍ତର ପୂର୍ବ ରାଜ୍ୟ ସମେତ ଦେଶ ବାହାରକୁ ପଠାଇଦେଉଥିଲେ । ଏମିତିକି ଚୋରି ବେଳେ ସେ ଅନେକ ଟାକ୍ସି ଡ୍ରାଇବରଙ୍କୁ ମଧ୍ୟ ହତ୍ୟା କରିଛନ୍ତି ।
ଆଉ ଚୋରି କରିବା ପରେ ସେ ଆସାମରେ ବସବାସ କରୁଥିଲେ । ଚୋରି ଅର୍ଥରେ ଅନେକ ସ୍ଥାରେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କିଣିଛନ୍ତି । ତାଙ୍କ ନାଁରେ ମୋଟ 180 ମାମଲା ରହିଛି । 2015ରେ ପୋଲିସ ତାଙ୍କୁ ଗିରଫ କରିଥିଲା । 5 ବର୍ଷ ଜେଲ୍ ରେ ରହି ମୁକୁଳିଥିଲେ । ତାଙ୍କର 3ଟି ସ୍ତ୍ରୀ ଓ 7 ସନ୍ତାନ ରହିଥିବା ପୋଲିସ କହିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।