ବିଜେପି ନେତା ରାମ କଦମ ୟାକୁବ ମେନନର କବର ଚାରି ପଟେ ମାର୍ବଲ ଓ ଲାଇଟ ଲଗାଯାଇଥିବା ସମ୍ପର୍କିତ ଫଟୋ ତାଙ୍କର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଦେଖନ୍ତୁ ଏହି ଫଟୋ ଗୁଡିକୁ ।
ତାଙ୍କର ଏହି ଖୁଲାସା ଓ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରିବା ପରେ ରାଜନୀତି ଗରମ ହୋଇଛି ଓ ଶେଷରେ ମୁମ୍ବାଇ ପୋଲିସ ଏହି କବର ନିକଟରେ ହୋଇଥିବା ଲାଇଟିନିଂ ବ୍ୟବସ୍ଥାକୁ ହଟାଇ ନେଇଛି । ସେ ୧୯୯୩ ମସିହାର ବିଜେପି ନେତା ରାମ କଦମ ଏହି ଫଟୋ ଗୁଡିକୁ ଶେୟାର କରି ଲେଖିଛନ୍ତି – ଅପରାଧୀ ୟାକୁବର କବରକୁ କାହିଁକି ସଜା ଯାଇଛି ? ଯେଉଁ ବ୍ୟକ୍ତି ଶହ ଶହ ନିର୍ଦୋଷ ଲୋକ ମାନଙ୍କର ହତ୍ୟା ପାଇଁ ଦାୟୀ ତାର କବରକୁ କାହିଁକି ସମ୍ମାନ ପ୍ରଦାନ କରାଯାଉଛି ?
ଭୀଷଣ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟାକୁବ ମେନନ ଜଣେ ଚାର୍ଟାର୍ଡ ଏକାଉଂଟାଟ ଥିଲା । ସେ ଏହି ଆତଙ୍କବାଦୀ ମାମଲାର ଷଡଯନ୍ତ୍ରରେ ସାମିଲ ଥିଲା । ସିବିଆଇର ଚାର୍ଜ ସିଟ ଅନୁସାରେ ୟାକୁବ ମେନନ ଦାଉଦ ଇବ୍ରାହିମ ଓ ଟାଇଗର ମେନନର ଆତଙ୍କବାଦୀ ସଂଗଠନର ଫାଇନାନ୍ସର କାମ ବୁଝୁଥିଲା । ସିବିଆଇ ତାକୁ ୧୯୯୪ ମସିହାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଗିରଫ କରିଥିଲା ।
ଦୀର୍ଘ ଦିନ ଧରି ତା ବିରୋଧରେ ମାମଲାର ଶୁଣାଣୀ ଚାଲିଥିଲା ।୨୦୧୩ ମସିହାରେ ସୁପ୍ରୀମ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ ୨୦୧୫ ମସିହାରେ ନାଗପୁର ଜେଲରେ ତାକୁ ଫାସି ଦିଆଯାଇଥିଲା ।
୧୯୯୩ ମସିହା ମାର୍ଚ ମାସ ୧୨ ତାରିଖ ଦିନ ମୁମ୍ବାଇରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ମୋଟ 12ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ମୋଟ 257 ଜଣ ନୀରିହ ନାଗରିକ ପ୍ରାଣ ହରାଇଥିଲେ ଓ 7 ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ବମ୍ବେ ଷ୍ଟକ ଏକ୍ସଚେଂଜର 28 ମହଲା ବିଶିଷ୍ଟ ଭବନର ବେସମେଂଟରେ ମଧ୍ୟ ବିସ୍ଫୋରଣ କରାଯାଇଥିଲେ । ଏଥିରେ ୫୦ ଜଣ ପ୍ରାଣ ହରାଇଥିଲେ।
ୟାକୁବର କବରରେ ଲାଇଟିଂ କରାଯିବା ସମ୍ପର୍କିତ ସୂଚନା ମିଳିବା ପରେ ସୋସିଆଲ ମିଡିଆରେ ମଧ୍ୟ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।