ଅଧିକ ପଢନ୍ତୁ : ଇଡେନରେ ରାଜସ୍ଥାନ-କୋଲକାତା ମୁହାଁମୁହିଁ
କୋଲକାତା ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରିଛି ରାଜସ୍ଥାନ । କିନ୍ତୁ ଏହି ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୨୧ ବର୍ଷୀୟ ଯୁବ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ । ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ଯଶସ୍ୱୀ ।
ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୪୯ ରନ୍ କରିଥିଲା । ଏହାର ଜବାବରେ ୯ ୱିକେଟରେ ବିଜୟ ହାସଲ କରିଛି ରାଜସ୍ଥାନ । ପ୍ରଥମରୁ ଆକ୍ରମଣ କରିଥିବା ଜୟସ୍ବାଲ ୪୭ ବଲରୁ ୯୮* ରନ୍ କରିବାରୁ ରାଜସ୍ଥାନ ୧୩.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା ।
ସଂଜୁ ସାମସନ୍ (୨୯ ବଲରୁ ୪୮*)ଙ୍କ ସହ ମିଶି ଜୟସ୍ବାଲ ଦ୍ବିତୀୟ ୱିକେଟ୍ ଲାଗି ୧୧.୩ ଓଭରରେ ୧୨୧* ରନ୍ ଯୋଡ଼ି ଦଳର ନେଟ୍ ରନ୍ ରେଟ୍ (ଏନ୍ଆର୍ଆର୍) ରେ ମଧ୍ୟ ବୃଦ୍ଧି କରାଇଛନ୍ତି। ଏହି ବିଜୟ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିଛି। କୋଲକାତା ଦ୍ବାଦଶ ମ୍ୟାଚ୍ରୁ ସପ୍ତମ ପରାଜୟ ବରଣ କରିଥିବାରୁ ୧୦ ପଏଣ୍ଟରେ ସୀମିତ ରହିଛି ।